ପୁଲକେଶ୍ଵର ମିଶ୍ର/ସମୀକ୍ଷା ନ୍ୟୁଜ/ ତାଳଚେର, ୯ ଅଗଷ୍ଟ ୨୦୨୬: ତାଳଚେର କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୯:୦୦ ଟା ସମୟରେ ଅଭିଯୁକ୍ତମାନେ ବାଲେଶ୍ଵରରୁ ବ୍ରାଉନସୁଗାର ଧରି ତାଳଚେର ଆଡ଼କୁ ଆସୁଥିଲେ। ଗୁପ୍ତ ସୂଚନା ଆଧାରରେ ତାଳଚେର କୋଲିୟାରୀ ଥାନା ପୋଲିସ ଚଢ଼ାଉ କରି ଘଟଣାସ୍ଥଳରୁ ହିଁ ୪ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ଗାଡ଼ି ଜବତ କରାଯାଇଛି।
ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ଏବଂ ଏହି ନିଶା କାରବାର ପଛରେ ଅନ୍ୟ କାହାର ହାତ ଅଛି କି ନାହିଁ, ସେ ନେଇ ପଚରାଉଚରା ଚଳାଇଛି।


Total Users : 3639