ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାରଙ୍କ ‘ମେଗା ପୋର୍ଟ’ ମାନ୍ୟତା: ପୂର୍ବ ଉପକୂଳର ଏକମାତ୍ର ‘ମେଗା ପୋର୍ଟ’ ହେଲା ପାରାଦୀପ

ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାରଙ୍କ ‘ମେଗା ପୋର୍ଟ’ ମାନ୍ୟତା: ପୂର୍ବ ଉପକୂଳର ଏକମାତ୍ର ‘ମେଗା ପୋର୍ଟ’ ହେଲା ପାରାଦୀପ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:


ପାରାଦୀପ, ୨୫/୯: ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି ସ୍ୱରୂପ କେନ୍ଦ୍ର ସରକାର ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଏହି ମାନ୍ୟତା ଦିଆଯାଇଛି।
ବନ୍ଦରଗୁଡ଼ିକର ଭିତ୍ତିଭୂମି, କାର୍ଯ୍ୟକ୍ଷମତା ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ମାନଦଣ୍ଡର ମୂଲ୍ୟାଙ୍କନ ପରେ ଦେଶର ଚାରିଟି ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା—ଦୀନଦୟାଲ ବନ୍ଦର (କାଣ୍ଡଲା), ଜବାହରଲାଲ ନେହେରୁ ବନ୍ଦର (ନଭା ଶେଭା), ପାରାଦୀପ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦର। ଏଥିରେ ମୁନ୍ଦ୍ରା ବନ୍ଦରକୁ ପ୍ରମୁଖ ବନ୍ଦର ବ୍ୟତୀତ ଅନ୍ୟ ବନ୍ଦର ଭାବେ ବର୍ଗୀକୃତ କରାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩ର ଉପଧାରା (୨) ଓ (୩) ଅନୁସାରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରବୀଣ ପି. ନାୟରଙ୍କ ଦ୍ୱାରା ଜାରି ଏହି ବିଜ୍ଞପ୍ତି ୨୫ ସେପ୍ଟେମ୍ବର ୨୦୨୬ରେ ଭାରତର ରାଜପତ୍ର (ଅସାଧାରଣ)ରେ ପ୍ରକାଶ ପାଇବା ସହିତ ତତ୍କ୍ଷଣାତ୍ ଲାଗୁ ହୋଇଛି। ବିଜ୍ଞପ୍ତି ନମ୍ବର S.O. 5303(E)।
ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା ମିଳିବା ଦ୍ୱାରା ଭାରତର ପୂର୍ବ ଉପକୂଳରେ ଏହାର ରଣନୈତିକ ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଏହି ମାନ୍ୟତା ବନ୍ଦରର ଭିତ୍ତିଭୂମି ବିକାଶ, କାର୍ଯ୍ୟକ୍ଷମତା, ମାଲ ପରିବହନ ଓ ସାମୁଦ୍ରିକ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, IRSEE, ଏହି ମାନ୍ୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାରଙ୍କ ‘ମେଗା ପୋର୍ଟ’ ମାନ୍ୟତା: ପୂର୍ବ ଉପକୂଳର ଏକମାତ୍ର ‘ମେଗା ପୋର୍ଟ’ ହେଲା ପାରାଦୀପ – ସମୀକ୍ଷା


ସେ କହିଛନ୍ତି ଯେ, ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା ମିଳିବା ବନ୍ଦରର ବିକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହା ଭବିଷ୍ୟତରେ ବନ୍ଦରର ଭିତ୍ତିଭୂମି ବିକାଶ, କାର୍ଯ୍ୟକ୍ଷମତା ଓ ସାମୁଦ୍ରିକ ବାଣିଜ୍ୟକୁ ଆହୁରି ମଜବୁତ କରିବ।
ରଣନୈତିକ ଅବସ୍ଥିତି, ଆଧୁନିକ ଭିତ୍ତିଭୂମି ଓ ବୃଦ୍ଧି ପାଉଥିବା ମାଲ ପରିଚାଳନା କ୍ଷମତା ଯୋଗୁଁ ପାରାଦୀପ ବନ୍ଦର ଦେଶର ଉପକୂଳୀୟ ଓ ଅନ୍ତର୍ଜାତୀୟ ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ‘ମେଗା ପୋର୍ଟ’ ମାନ୍ୟତା ପରେ ପାରାଦୀପ ବନ୍ଦରର ବିକାଶକୁ ଆହୁରି ଗତି ମିଳିବା ସହିତ ଏହା ଏକ ଆଧୁନିକ, ଦକ୍ଷ ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀ ବନ୍ଦର ଭାବେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବୁଲା କୁକୁରଙ୍କ କବଳରେ ଝାରସୁଗୁଡା ସହର -ଆରଟିଆଇ ତଥ୍ୟରେ ବଡ଼ ଗୋଳକଧନ୍ଦା : ସମ୍ପୂର୍ଣ୍ଣ ପୌରାଞ୍ଚଳରେ ମୋଟ ୬୯୩ ବୁଲା କୁକୁର