ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ

ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ବଡ଼ସାହି /ସମୀକ୍ଷା ନ୍ୟୁଜ:

ଲଗାତର ବର୍ଷା ଫଳରେ ଶୁକ୍ରବାର ସକାଳୁ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ପ୍ରବାହିତ ପ୍ରାୟତଃ ନଦୀର ଜଳସ୍ତର ବୃଦ୍ଧି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସହ ଶନିବାର ସକାଳ ପର୍ଯ୍ୟନ୍ତ ମଧ୍ୟ ତଳମୁଣ୍ଡରେ ନଦୀ ଗୁଡିକର ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ଶନିବାର ପୂର୍ଣ୍ଣିମା ପକ୍ଷ ହୋଇଥିବାରୁ ତଥା ସମୁଦ୍ର ଜୁଆରିଆ ରହିବା ଯୋଗୁଁ ଜଳସ୍ତର ଶିଘ୍ର କମିବ ନାହିଁ ବୋଲି ନଦୀକଡ଼ ବାସିନ୍ଦା ଚିନ୍ତାଗ୍ରସ୍ତ ରହିଛନ୍ତି । ପୁଣି ଆଜି ମଧ୍ୟ ବର୍ଷା ସୂଚନା ରହିବା ଏବଂ କେତେକ ଅଞ୍ଚଳରେ ସକାଳୁ ବର୍ଷା ହେଉଥିବାରୁ ପରିସ୍ଥିତି ନେଇ ପ୍ରଶାସନ ସଜାଗ ରହିଛି । ଶନିବାର ମଧ୍ୟ ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା, କପ୍ତିପଦା, ଉଦଳା, ଗୋପବନ୍ଧୁନଗର, ଖୁଣ୍ଟା, ବଡ଼ସାହି ଓ ବେତନଟୀ ବ୍ଲକର ସମସ୍ତ ସ୍କୁଲ(୧ମରୁ ଦ୍ବାଦଶ ଶ୍ରେଣୀ) ବନ୍ଦ କରାଯାଇଛି ।

ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ – ସମୀକ୍ଷା

ଖବର ଅନୁଯାୟୀ ଗୁରୁବାର ଲଗାଣ ବର୍ଷା ଫଳରେ ଶୁକ୍ରବାର ସକାଳ ପାଖରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ, ନାଲୁହା, ଗଙ୍ଗାହାର, ଦେଓ, ପଳପଳା, ସୋନ, ଖଡ଼ଖାଇ, ଜମ୍ଭୀରା, ଶାଳନ୍ଦୀ ପ୍ରଭୃତିରେ ପ୍ରଖର ଜଳବୃଦ୍ଧି ଘଟିଥିଲା । ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଯୋଗୁଁ ଗଛ ମଧ୍ୟ ଗାଡିଯାଇ ରାସ୍ତା ଅବରୋଧ କରିଥିଲା । କେତେକଙ୍କ ଘରକାନ୍ଥ ଗଡି ଗୃହପାଳିତ ପଶୁଙ୍କ ଜୀବନହାନୀ ବ୍ୟତୀତ ଘରକାନ୍ଥ ଗଡ଼ି ଦୁଇଜଣଙ୍କ ଜୀବନ ହାନୀ ହୋଇଥିବା ଜଣାପଡିଛି । ଏନେଇ ପ୍ରଶାସନ ତରଫରୁ ଶୁକ୍ରବାର ବିପଦ ସଂକୁଳ ରାସ୍ତାରେ ଯିବାଆସିବା ମଧ୍ୟ ବନ୍ଦ କରାଯାଇଥିବା ଦେଖାଯାଇଥିଲା । ତଥାପି ଏକ କାର ସହ ଦୁଇଜଣ ହଠାତ ଜଳସ୍ରୋତରେ ଭାସିଯାଉଥିବା ସମୟରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଦେଓନଦୀରେ ବନ୍ୟାଜଳ ହଠାତ ବୃଦ୍ଧି ପାଇ ଦୁଗୁଧା ନିକଟ ଅଞ୍ଚଳରେ ବ୍ୟାପକ କ୍ଷତି ଓ ପ୍ରଭାବିତ କରିଛି । ସେହିଭଳି ଖୁଣ୍ଟା ଅଂଚଳରେ ଏକ ବିଦ୍ୟାଳୟରୁ ୨୫୦ଜଣ ଛାତ୍ରଛାତ୍ରୀଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତେକ ନଦୀକଡ଼ ବାସୀଙ୍କ ଘର ଜଳଘେର ମଧ୍ୟରେ ରହିଛି ଓ ଅନେକଙ୍କ ମାଟିକାନ୍ଥ ଗାଡିଯାଇଛି । ଶୁକ୍ରବାର ଠାରୁ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଓ ରିଲିଫ କେନ୍ଦ୍ର କରାଯାଇ ପ୍ରଭାବିତ ବନ୍ୟାଞ୍ଚଳ ବାସୀଙ୍କୁ ସ୍ଥାନାନ୍ତର କରିବା ସହ ଖାଦ୍ୟ ଯୋଗାଯାଉଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଉଛି ଓ ଗୃହାପାଳିତ ପଶୁଙ୍କୁ ମଧ୍ୟ ଧ୍ୟାନ ରଖାଯାଇଛି । ଗତ ଦୁଇମାସ ମଧ୍ୟରେ ୪ର୍ଥ ଥର ବନ୍ୟା ପାଇଁ ବ୍ୟାପକ ଫସଲ ଓ ଧାନ ଚାଷରେ ହୋଇଥିବା କ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି ବୋଲି ସେମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ପୁଣି ନଦୀବନ୍ଧ ଗୁଡ଼ିକର ଗେଟ ଖୋଲିବା ଭୟ ସଭିଙ୍କ ମନରେ ଭୟ ସଂଚାର କରିଛି । ତେବେ ଚଳିତ ଶୁକ୍ରବାର ବନ୍ୟାରେ ତମାମ ଜିଲ୍ଲା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ରେକର୍ଡ କରିଥିବା ଜଣାପଡିଛି ।

ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ – ସମୀକ୍ଷା

ବଡ଼ସାହି ବ୍ଲକ ଅଧୀନସ୍ଥ ଭୀମଦା, ଛେଳିଆ, ମାନଗୋବିନ୍ଦ ପୁର, ଶାଳଗାଁ ଭଳି ପଞ୍ଚାୟତର ଗାଁ ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଥିବା ସମୟରେ ବଡ଼ସାହି ତହସିଲଦାର ବନ୍ୟା ପ୍ରଭାବିତ ଅଞ୍ଚଳରେ ବୁଲିବା ସହ ଗ୍ରୁପ ମାଧ୍ୟମରେ ସୂଚନା ଦେବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଗତ କିଛିଦିନ ଧରି ଓ ଶୁକ୍ରବାର ଦୀର୍ଘ ସମୟ ଧରି ଅଘୋଷିତ ବିଦ୍ୟୁତ କାଟକୁ ନେଇ ମାଣତ୍ରୀଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରିବା ପରେ ପ୍ରଶାସନିକ ହସ୍ତକ୍ଷେପ ପରେ ଉପୋଭକ୍ତା ସମୂହ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି । ତେବେ ପୂର୍ଣ୍ଣିମା ପକ୍ଷ ଓ ଆକାଶ ମେଘାଚ୍ଛନ୍ନ ସହ ସ୍ଥାନେସ୍ଥାନେ ଜୋର ବର୍ଷା ଜାରି ରହିଛି । ଉପରମୁଣ୍ଡରେ ଜୋର ବର୍ଷା ଲାଗିରହିଲେ ଜଳସ୍ତର କମିବା ବଦଳରେ ଖୁବ ବିପଦ ଆସିବ । ଏନେଇ ସମସ୍ତ ସଜାଗ ଓ ବନ୍ଦୋବସ୍ତ ରହିଥିବା ସତ୍ତ୍ୱେ ବଡ଼ବନ୍ୟା ସମ୍ଭାବନା ନେଇ ନଦୀତଳ ମୁଣ୍ଡ ଅଞ୍ଚଳରେ ଆତଙ୍କିତ ରହିଥିବା ଜଣାପଡିଛି ।

ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ