ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମିଳିତ ଉତ୍ଥାନ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ମିଳିତ ଉତ୍ଥାନ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ – ସମୀକ୍ଷା ଖବର

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଆର୍ଥିକ ବର୍ଷ ୨୦୨୫-୨୬ର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଓଡି ସଦସ୍ୟା ନମିତା ତାଣ୍ଡିଙ୍କ ସଭାପତିତ୍ୱରେ ଏବଂ ମମତା ଭୋଇ ଓ ପ୍ରମୋଦିନୀ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏପିସି ପ୍ରକଳ୍ପ ଅନ୍ତର୍ଗତ ମୁରିବାହାଲ ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତରୁ କମ୍ପାନୀର ଅଂଶୀଦାର ଓ ବିଓଡି ସଦସ୍ୟମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ହଳଦୀ ଗ୍ରାମ ପଞ୍ଚାୟତ ସରପଞ୍ଚ ସୌମିନା ସେଠ୍ ଏବଂ ସମ୍ମାନିତ ଅତିଥି ଭାବେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଏଓ ନିରୁପମା ନାୟକ ଓ ସସ୍ମିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିବୃନ୍ଦ କମ୍ପାନୀର କାର୍ଯ୍ୟକୁ ଉତ୍ସାହିତ କରିବା ସହ ଏହାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ମିଳିତ ଉତ୍ଥାନ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ – ସମୀକ୍ଷା


ବିଓଡି ସଦସ୍ୟା ନମିତା ତାଣ୍ଡି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ହିସାବ ରକ୍ଷକ ବୈଷ୍ଣବୀ ମହାକୁର ବାର୍ଷିକ ଆୟ-ବ୍ୟୟ ବିବରଣୀ ପାଠ କରିଥିଲେ। ସଭାରେ ବାର୍ଷିକ ଯୋଜନା ୨୦୨୬-୨୭ ଉପସ୍ଥାପନ, ଅଡିଟର ନିଯୁକ୍ତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।
ଏହି ଆର୍ଥିକ ବର୍ଷରେ ଚାଷ, ବ୍ୟବସାୟ ଓ ଉତ୍ପାଦନ ବୃଦ୍ଧି ସହ କମ୍ପାନୀର ବିକାଶରେ ସହଯୋଗ କରିଥିବା ମାଁ ଦୁଆରସେନି ଉତ୍ପାଦକ ଗୋଷ୍ଠୀ, ମହିଳା ଚାଷୀ ପ୍ରମିଳା ଭଇସାଲ, ବିଓଡି ସଦସ୍ୟା ପ୍ରମୋଦିନୀ ସାହୁ, ଉତ୍ପାଦକ ଗୋଷ୍ଠୀ ଲିଡର ଯଶୋବନ୍ତି ବାଗ ଏବଂ ଜନମୁକ୍ତି ଅନୁଷ୍ଠାନର କର୍ମୀ ସଞ୍ଜିତା ହାତୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।
କମ୍ପାନୀର ଅଂଶୀଦାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ସଭାକୁ ରଶ୍ମିତା ଗହୀର ଓ ସଞ୍ଜିତା ହାତୀ ପରିଚାଳନା କରିଥିବା ବେଳେ ସଞ୍ଜୀବ କୁମାର ବାରିକ, ଲଳିତ ରଣା, ସୁଶୀଲ କୁମାର ସାହୁ, ପ୍ରକାଶ କୁମାର ବନ୍ଦୀଛୋର, ଚିତ୍ରଲେଖା ସାହୁ, କିରଣ ଜାଲ, ଛନ୍ଦାଚରଣ ସାହୁ, ସୁବର୍ଣ୍ଣି ବାଗ, ବିଦୁ ବାଗ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଧର୍ମ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନମିତା ତାଣ୍ଡି ସଭା ସାଙ୍ଗ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ