
ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:
ପାରାଦୀପ, 26/9/2026: ପାରାଦୀପ ସ୍ଥିତ ତାରିଣୀଗଡ଼ା ଅଞ୍ଚଳରେ ଏକ ସୁନା ଦୋକାନରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ତାରିଣୀଗଡ଼ା ଠାରେ ଥିବା ସାଧନା ଜୁଏଲେରିକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ଏହି ଲୁଟ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣା ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ଲୁଟରେ କେତେଜଣ ଦୁର୍ବୃତ୍ତ ସାମିଲ ଥିଲେ ଏବଂ କେତେ ପରିମାଣର ସୁନା ଗହଣା ଲୁଟ ହୋଇଛି, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।






