Headlines

ଚିକିଟୀ: ଛାତ୍ର ଛାତ୍ରୀଙ୍କ ‘ହର ଘର ତ୍ରିରଙ୍ଗା’, କାର୍ଯ୍ୟକ୍ରମ

ଅକ୍ଷୟ କୁମାର ସାହୁ/ ସମୀକ୍ଷା ପ୍ରତିନିଧି / ଚିକିଟୀ: ଏହି ବ୍ଲକ ଅନ୍ତର୍ଗତ ଡାଳପଲଙ୍କ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମାଙ୍କ ତତ୍ତ୍ୱାବଧାନରେ ଆସନ୍ତା ଅଗଷ୍ଟ ପନ୍ଦରରେ ସମଗ୍ର ଦେଶ ଗୌରବର ସହ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟ ନିଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦେଶ ପ୍ରୀତିଭରା କାର୍ଯ୍ୟକ୍ରମ ‘ହର ଘର ତ୍ରିରଙ୍ଗା’ ପାଳନ କରିଛନ୍ତି। ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ଧରି ଗାଁ ଭ୍ରମଣ କରି ପ୍ରତି ଘର ଉପରେ ସ ଗର୍ବେ ତ୍ରିରଙ୍ଗା ଉଡାଇବାକୁ ଗ୍ରାମବାସୀ ମାନଙ୍କୁ ବାର୍ତ୍ତା ପ୍ରଦାନ ଦେଇଥିଲେ। ତତ୍ ସହିତ ଆସନ୍ତା ଦିନରେ ପାଳନ ହେବାକୁ ଯାଉଥିବା ଅଗଷ୍ଟ ପନ୍ଦର ପାଇଁ ବିଦ୍ୟାଳୟକୁ ଆସିବା ନିମନ୍ତେ ନିମନ୍ତ୍ରଣ ମଧ୍ୟ କରିଥିଲେ। ଭ୍ରମଣ ବେଳେ ଉପସ୍ଥିତ ଗ୍ରାମବାସୀ ବିଦ୍ୟାଳୟ ସ୍ତରୀୟ ଦେଶଭକ୍ତି କାର୍ଯ୍ୟକ୍ରମକୁ ସମ୍ମାନ ଜଣାଇବା ସହିତ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ଓ ସହକାରୀ ଶିକ୍ଷକ ଅରୁଣ କୁମାର ଜାନୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳ ପାଇଁ ଗୋଟିଏ ଦୃଷ୍ଟାନ୍ତ ମୂଳକ ଏବଂ ଶୃଙ୍ଖଳିତ ରହିଥିବା ମନେହେଉଛି।

Leave a Reply

Your email address will not be published. Required fields are marked *