ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କଟାବାହାଲରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ : ୭୦୦ ଚାରାରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ

କଟାବାହାଲରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ : ୭୦୦ ଚାରାରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:

ବରଗଡ଼ : ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟାବାହାଲ ପଞ୍ଚାୟତ ବାହାଲି ପରିସରରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷରୋପଣକୁ ଏକ ଅଭିଯାନରେ ପରିଣତ କରିବା ସହ ରୋପଣ କରାଯାଇଥିବା ଚାରାର ସୁରକ୍ଷା ଓ ଯତ୍ନ ନେବା ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ।କାର୍ଯ୍ୟକ୍ରମରେ ଆମ୍ବ, କାଜୁ, ଅଁଳା, ଆତ ଆଦି ବିଭିନ୍ନ ପ୍ରଜାତିର ପ୍ରାୟ ୭୦୦ଟି ଚାରା ରୋପଣ କରାଯାଇଥିଲା। ଏହି ଅବସରରେ ଗଛ ଲଗାଇବା ସହ ତାହାର ନିୟମିତ ଯତ୍ନ, ପାଣି ଦେବା ଓ ସୁରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଏପିଓ କେତନ ପଧାନ, କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା, ବନରକ୍ଷୀ ଅଜୟ ଦାଶ, ପ୍ରକୃତିବନ୍ଧୁ ସୁଶାନ୍ତ ପଣ୍ଡା, ଏଡିଇଓ ସତ୍ୟାନନ୍ଦ ହାତୀଙ୍କ ସମେତ ସମସ୍ତ ମେଟ୍, ୱାର୍ଡ ସଭ୍ୟ-ସଭ୍ୟା ଓ ସ୍ଥାନୀୟ ସଚେତନ ନାଗରିକ ଯୋଗଦେଇଥିଲେ। ପରେ ଆୟୋଜିତ ସଚେତନତା ସଭାରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ବଢୁଥିବା ପ୍ରଭାବ, ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଲ ନିଆଁ ନିରାକରଣ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

କଟାବାହାଲରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ : ୭୦୦ ଚାରାରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ – ସମୀକ୍ଷା

ଅତିଥିମାନେ କହିଥିଲେ ଯେ, ପ୍ରକୃତିର ସନ୍ତୁଳନ ରକ୍ଷା ପାଇଁ କେବଳ ଗଛ ଲଗାଇଦେଲେ ହେବ ନାହିଁ, ରୋପଣ କରାଯାଇଥିବା ପ୍ରତ୍ୟେକ ଚାରାକୁ ବଞ୍ଚାଇ ବଡ଼ କରିବା ମଧ୍ୟ ସମସ୍ତଙ୍କ ଦାୟିତ୍ୱ। ବୃକ୍ଷ ହେଉଛି ପ୍ରକୃତିର ଅମୂଲ୍ୟ ସମ୍ପଦ। ଏହା ପରିବେଶକୁ ସବୁଜ ଓ ସୁସ୍ଥ ରଖିବା ସହ ମଣିଷ, ପଶୁପକ୍ଷୀ ଓ ସମଗ୍ର ଜୀବଜଗତ ପାଇଁ ଜୀବନର ଆଧାର ଯୋଗାଇଥାଏ। ତେଣୁ ଆଜି ଲଗାଯାଇଥିବା ଏକ ଚାରା ଆଗାମୀ ପିଢ଼ି ପାଇଁ ଏକ ସୁରକ୍ଷିତ ଓ ସୁସ୍ଥ ପୃଥିବୀର ଆଶା ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣକୁ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସୀମିତ ନରଖି ନିୟମିତ ଭାବେ ଅଧିକରୁ ଅଧିକ ଗଛ ଲଗାଇବା ସହ ରୋପଣ କରାଯାଇଥିବା ଚାରାର ଯତ୍ନ ନେବା ପାଇଁ ସମସ୍ତେ ସାମୂହିକ ସଂକଳ୍ପ ନେଇଥିଲେ। କଟାବାହାଲର ଏହି ପଦକ୍ଷେପ ପରିବେଶ ସୁରକ୍ଷା ଦିଗରେ ଏକ ସଚେତନ ଓ ସକାରାତ୍ମକ ବାର୍ତ୍ତା ଦେଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖେଳୁଆଡ ମନୋଭାବ ଏବଂ ଭାଇଚାରା ହିଁସୁସ୍ଥ ସମାଜର ମୂଳଦୁଆ- ମୁଖ୍ୟମନ୍ତ୍ରୀ