ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୩/୦୬/୨୬: କିଛି ଦିନ ତଳେ ବାଲିମେଳା ବନ୍ୟାଞ୍ଚଳ ଅଧିନସ୍ଥ ଏମଭି -୧୦୪ ଗ୍ରାମର ମହାଦେବ ମଣ୍ଡଳଙ୍କ ପୋଖରୀରେ ଏକ ୪ ଫୁଟ ଲମ୍ବର କୁମ୍ଭୀର ପ୍ରବେଶ କରିଥିବା ଦେଖିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗ ସୂଚନା ଦେବା ପରେ ବନକର୍ମଚାରୀମାନେ ଜାଲକୁ ନେଇ ପୋଖରୀ ମଧ୍ୟରେ ପହଞ୍ଚି ଥିଲେ କିନ୍ତୁ କୁମ୍ଭୀରକୁ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ । ଦୁଇ ଦିନର ଆକ୍ରାନ୍ତ ପରିଶ୍ରମ ପରେ କୁମ୍ଭୀରଟି ଜାଲ ଭିତରେ ଫଶିଥିଲା। ଉକ୍ତ କୁମ୍ଭୀରକୁ ବନକର୍ମଚାରୀମାନେ ଉଦ୍ଧାର କରିବାରେ ସଫଳ ହୋଇପାରିଥିଲେ। ମହାଦେବ ମଣ୍ଡଳ କହିବା ଅନୁସାରେ ତାଙ୍କ ପୋଖରୀରୁ କୁମ୍ଭୀର ୯୦ଟି ବତକ ଖାଇ ଦେଇଥିବା ବେଳେ ୫ କ୍ଵିଣ୍ଟାଲ ମାଛ ଉକ୍ତ ପୋଖରୀ ରେ ଛାଡି ଥିଲେ। ସେଥିରୁ ମଧ୍ୟ କିଛି ମାଛ କୁମ୍ଭୀରଟି ଖାଇ ଥିବା ଅନୁମାନ କରାଯାଉଛି।ଏହି କୁମ୍ଭୀରରଟି ବାଲିମେଳା ବନ୍ୟାଞ୍ଚଳ ଅଧିକାରୀ ଲିସ୍ମିତା କଅଁରଙ୍କ ନେତୃତ୍ୱରେ ଉଦ୍ଧାର କରାଯାଥିବା ବେଳେ ରାପିଡ ରେସପୋନ୍ସ ଟିମର ସମୀର ଜେନା, କୈଳାସ ମହାରଣା,ଜସ୍ମୀନ ସ୍ବାଇଁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପୋଖରୀ ସହିତ ଏକ ନାଳ ସହିତ ସଂଯୋଗ ଥିବା ବେଳେ କିଛି ଦୂର ପରେ ନଦୀ ସହ ମିଶ୍ରଣ ହୋଇଛି। ନଦୀ ଦ୍ବାରା କୁମ୍ଭୀରଟି ଖାଦ୍ୟ ଅନ୍ୱେଷଣରେ ଏହି ପୋଖରୀ ରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ଡାକ୍ତରୀ ଚିକିତ୍ସା ପରେ ପ୍ରାକୃତିକ ବାସସ୍ଥଳୀରେ ଛଡା ଯାଇ ମୁକ୍ତ କରାଯିବ ବୋଲି କୁହାଯାଇଛି।


Total Users : 3722