Headlines

ଘରେ ଘରେ ତ୍ରିରଙ୍ଗା: କଳାହାଣ୍ଡି କଲେଜରେ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୩/୦୮: ଭବାନୀପାଟଣା: ସ୍ୱାଧୀନତା ଦିବସ ଅବସରରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ନେଇ କଳାହାଣ୍ଡି କଲେଜ ଅଫ୍ ଆର୍ଟ ଆଣ୍ଡ ରିସର୍ଚ୍ଚ ପରିସରରେ ଏକ ବିଶେଷ ଚିତ୍ରକଳା କର୍ମଶାଳା ଓ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।
କଳାହାଣ୍ଡି ଏଡିଏମ୍ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡିସିଓ ବିବେକାନନ୍ଦ ମହାନନ୍ଦ, ଆସିଷ୍ଟାଣ୍ଟ କଲେକ୍ଟର ଦିନେଶ କାହାର, DIPRO ଅବିନାଶ ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ମୁକୁନ୍ଦ ରେଡ୍ଡୀ ଓ ବିଶିଷ୍ଟ ଚିତ୍ରଶିଳ୍ପୀ ଅକ୍ଷୟ ପଟ୍ଟନାୟକ ଯୋଗଦେଇଥିଲେ।
ଅତିଥିମାନେ ପ୍ରଦର୍ଶିତ ଚିତ୍ରକଳାଗୁଡ଼ିକ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ଶିଳ୍ପୀମାନଙ୍କ କଳାକୃତିର ଉଚ୍ଚ ପ୍ରଶଂସା କରିଥିଲେ। କଳା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗାର ଗୌରବର ବାର୍ତ୍ତା ସମାଜରେ ପହଞ୍ଚାଇବାକୁ ସେମାନେ ଉତ୍ସାହିତ କରିଥିଲେ।
କର୍ମଶାଳାରେ କଳାହାଣ୍ଡିର ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ସହ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ଜଳରଙ୍ଗ ଓ ଏକ୍ରିଲିକ୍ ମାଧ୍ୟମରେ ବିଭିନ୍ନ ଦେଶଭକ୍ତିମୂଳକ ଚିତ୍ର ଅଙ୍କନ କରିଥିଲେ। ନିଜ ନିଜ କଳାକୃତି ମାଧ୍ୟମରେ ସେମାନେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗାର ଗୌରବକୁ ସୁନ୍ଦର ଭାବେ ପ୍ରକାଶ କରିଥିଲେ।
କଲେଜ ଅଧ୍ୟକ୍ଷ ଚିନ୍ତୁ ପ୍ରସାଦ ନାଏକ, ଅଧ୍ୟାପକ ଥବୀର ପ୍ରସାଦ ଯାଦବଙ୍କ ସମେତ ଚିତ୍ରଶିଳ୍ପୀ ଅନୂପ କୁମାର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ମନୋଜ କୁମାର ରାଉତ, ତରୁଣ ମହାପାତ୍ର, ସଂଗ୍ରାମ କେଶରୀ ସରଫ, ରଘୁନାଥ ଠାକୁର, କ୍ଷୀରସିନ୍ଧୁ ଭୋଇ, ମାନସ ପଣ୍ଡା, ଭୀମସେନ ବିଶ୍ୱାଳ, ମୀନା ବେମାଲ, ତପନ ଛତ୍ରିଆ, ହରି ସାହୁ, ଲିଙ୍ଗରାଜ ସାହୁ ଓ ସାମନ୍ତ ସୁନାନୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ସମଗ୍ର କାର୍ଯ୍ୟକ୍ରମ ପରିସରରେ ଉତ୍ସାହ ଓ ଦେଶପ୍ରେମର ଭାବନା ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *