ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଭୁବନେଶ୍ୱର ହେବ ଦେଶର ୧ ନମ୍ବର ସ୍ୱଚ୍ଛ ସହର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ହେବ ଦେଶର ୧ ନମ୍ବର ସ୍ୱଚ୍ଛ ସହର: ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ଭୁବନେଶ୍ୱର: ଭୁବନେଶ୍ୱରକୁ ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ସହରର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ କହିଛନ୍ତି। ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଖଣ୍ଡଗିରି ଅଞ୍ଚଳରେ ମେଗା ସଫେଇ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ସ୍ୱଚ୍ଛତା ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଏମସି ମେୟର, ମହାନଗର ନିଗମର ଅଧିକାରୀ ଓ କର୍ମଚାରୀ, ସ୍ୱଚ୍ଛତା କର୍ମୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ।

ଅଭିଯାନର ଉଦ୍ଦେଶ୍ୟ ହେଉଛି ସହରର ବିଭିନ୍ନ ଅଞ୍ଚଳକୁ ପରିଷ୍କାର ରଖିବା ସହ ନାଗରିକଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି କରିବା। ସାର୍ବଜନୀନ ସ୍ଥାନରେ ଅଳିଆ ନ ପକାଇବା, ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ଓଦା-ଶୁଖିଲା ଆବର୍ଜନାକୁ ପୃଥକ୍‌ କରିବା ଭଳି ଅଭ୍ୟାସକୁ ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଦେଶର ୧ ନମ୍ବର ସ୍ୱଚ୍ଛ ସହର କରିବା ଲକ୍ଷ୍ୟ ପୂରଣ ପାଇଁ ପ୍ରଶାସନ ସହିତ ସାଧାରଣ ଲୋକଙ୍କ ସକ୍ରିୟ ଭାଗିଦାରି ଜରୁରୀ। ସହରକୁ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ କରିବା ପାଇଁ ନିୟମିତ ସଫେଇ ସହିତ ନାଗରିକ ସଚେତନତା ଓ ଦାୟିତ୍ୱବୋଧ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଭୁବନେଶ୍ୱର ହେବ ଦେଶର ୧ ନମ୍ବର ସ୍ୱଚ୍ଛ ସହର: ମୁଖ୍ୟମନ୍ତ୍ରୀ – ସମୀକ୍ଷା

ଏହି ଅବସରରେ ସ୍ୱଚ୍ଛତା କର୍ମୀମାନଙ୍କ ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସହରକୁ ପ୍ରତିଦିନ ପରିଷ୍କାର ରଖିବାରେ ସ୍ୱଚ୍ଛତା କର୍ମୀମାନଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭୁବନେଶ୍ୱର ଗଠନ ପାଇଁ ପ୍ରଶାସନ, ସ୍ୱଚ୍ଛତା କର୍ମୀ ଓ ନାଗରିକ—ସମସ୍ତଙ୍କର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି କୁହାଯାଇଛି।

‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ମାଧ୍ୟମରେ ଭୁବନେଶ୍ୱରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ଜନସହଭାଗିତା ବଢ଼ାଇବାକୁ ପ୍ରୟାସ କରାଯାଉଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ଏବଂ ୪ ଜଣ ଇସ୍ରାଏଲୀ ନାଗରିକ ନିଜ ଜୀବନକୁ ବାଜିରେ ଲଗାଇ ୧୭୪ ଜଣ ଯାତ୍ରୀଙ୍କୁ ରକ୍ଷା କଲେ