Headlines

ହର୍ ଘର୍ ତ୍ରିରଙ୍ଗା : ଜନସାଧାରଣଙ୍କୁ ବାଲିଗୁଡ଼ା NAC ର ଆହ୍ବାନ

ମହେଶ୍ୱର ଦିଗାଳ / ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ /ବାଲିଗୁଡ଼ା ତା – ୧୩/୦୮/୨୦୨୬ : ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ଶ୍ରମ ଦେଶରେ ୮୦ ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ – ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତାରାମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ବ୍ୟାପି ହର୍ ଘର୍ ତ୍ରିରଙ୍ଗା ତ୍ରିରଙ୍ଗା ସଭା ଯାତ୍ରା ବାଲିଗୁଡ଼ା NAC ଠାରୁ କଲେଜ ରୋଡ୍ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ସଭାଯାତ୍ରାରେ NAC ର ମୁଖ୍ୟ ଅଧିକାରୀ , NAC ଚ୍ୟାୟାରମେନ୍ ଯୋଗ ଦେଇଥିଲେ । ଯୁବକ – ଯୁବତି , NAC କର୍ମଚାରୀ , ବରିଷ୍ଠ ନାଗରିକ , ସାମାଜିକ ସଂଗଠନ ଲୋକଙ୍କ ଭାଗିଦାରୀରେ ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଆହ୍ବାନ ଦିଆଯାଇଛି ।
ଏହା ମାଧ୍ୟମରେ ସହରରେ ଦେଶଭକ୍ତିର ଭାବନା ଓ ଜାତୀୟ ଏକତା ଆହୁରି ମଜଭୂତ ହେବ ବୋଲି ଆଶା କରାଯାଇଛି ।
ତ୍ରିରଙ୍ଗା ଉତ୍ତୋଳନ ସମୟରେ ଜାତୀୟ ପତାକାର ମର୍ଯ୍ୟାଦା ଓ ସମ୍ମାନ ରକ୍ଷା ରକ୍ଷା କରିବାକୁ ମଧ୍ୟ ଲୋକଙ୍କୁ ଆହ୍ବାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *