ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୦୪/୦୯/୨୬
ମାଲକାନଗିରି ଜିଲ୍ଲା ସଦର ନିକଟ ପରଜାଗୁଡ଼ା ଅଞ୍ଚଳରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରିଛନ୍ତି ସାପ ଧରାଳି। ଖାଦ୍ୟ ସନ୍ଧାନରେ ଅଜଗରଟି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଘରେ ପଶି ତିନିଟି ବଡ଼ କୁକୁଡ଼ାକୁ ଗିଳି ଦେଇଥିଲା ଜଣାପଡିଛି। ସାପଟିକୁ ଦେଖି ଘରଲୋକଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ହୋଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ଅତି ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରିଥିଲେ। ପରେ ତାହାକୁ ଜଙ୍ଗଲର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଥିଲା। ଉଦ୍ଧାର ସମୟରେ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। ବନ୍ୟପ୍ରାଣୀଙ୍କୁ ଦେଖି ଭୟଭୀତ ହୋଇ ତାଙ୍କୁ ଆଘାତ ନଦେଇ ତୁରନ୍ତ ବନ ବିଭାଗ କିମ୍ବା ସାପ ଉଦ୍ଧାରକାରୀଙ୍କୁ ଖବର ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।






