Headlines

ଧଉଳି ଚାରୁକଳା ମହାବିଦ୍ୟାଳୟ : ଚିତ୍ରରେ ପ୍ରଦର୍ଶିତ ସ୍ୱାଧୀନତାର ମାହାତ୍ମ୍ୟ ନିଆରା ଢଙ୍ଗରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର/(ସମୀକ୍ଷା ନ୍ୟୁଜ)୧୫/୮/୨୦୨୬: ଶାନ୍ତିସ୍ତୂପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଭାରତର ୮୦ ତମ ସ୍ୱାଧୀନତା ଦିବସକୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିଆରା ଢଙ୍ଗରେ ପାଳନ କରାଯାଇଛି।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ତଥା ମହାବିଦ୍ୟାଳୟର ଅଧକ୍ଷ ଡ. ପଞ୍ଚାନନ ସାମଲଙ୍କ ତତ୍ତ୍ୱାବଧାନରେ ଅତିଥି ଅଧ୍ୟାପକ ସର୍ଫୁଦ୍ଦିନ୍ ଏହେମ୍ମଦଙ୍କ ଦ୍ଵାରା କାନଭାସରେ ଅଙ୍କନ କରାଯାଇଛି ୮୦ ବର୍ଷର ସ୍ୱାଧୀନତାର ମାହାତ୍ମ୍ୟ ଯାହା ସମସ୍ତଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିଥିଲା।ପ୍ରାରମ୍ଭରେ ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ. ହୃଷିକେଶ ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ପରେ ରାଷ୍ଟ୍ରୀୟ ଗାନ ସହ ଭାରତ ମାତାଙ୍କ ଜୟଧ୍ଵାନିରେ ପରିସର ପ୍ରକମ୍ପିତ ହୋଇଥିଲା।ପରେ ଅଧ୍ୟକ୍ଷ ଓ ଶିଳ୍ପୀ ସର୍ଫୁଦ୍ଦିନ୍ ଏହେମ୍ମଦଙ୍କ ଦ୍ଵାରା ଚିତ୍ରଣ ହୋଇଥିଲା ଦେଶ ଭକ୍ତିର ଏହି ସୁନ୍ଦର ଚିତ୍ରକଳା।ଚିତ୍ରଟିରେ ଇଣ୍ଡିଆ ଗେଟ୍ ସମ୍ମୁଖରେ ଦୁଇଟି ଦ୍ରୁତ ଗତିରେ ଧାବମାନ ଘୋଡ଼ା ଆମ ଜାତୀୟ ପତାକାକୁ ତରଙ୍ଗାୟିତ କରିବା ସହିତ ସ୍ୱାଧୀନତାର ଶକ୍ତିକୁ ଦର୍ଶାଉଥିଲା।

ଏହି ଚିତ୍ରରେ ଇଣ୍ଡିଆ ଗେଟ୍ ଉପର ଆକାଶରେ ସ୍ୱାଧୀନ ଭାବେ ଧଳା ପାରା ଗୁଡ଼ିକ ଉଡ଼ି ଯାଉଥିବାର ଦୃଶ୍ୟ ଶାନ୍ତିର ବାର୍ତ୍ତା ପ୍ରେରଣ କରୁଥିଲା ଏବଂ ସ୍ୱାଧୀନତାର ୮୦ ବର୍ଷର ଜୟଯାତ୍ରାକୁ ମାଇଲ ଷ୍ଟୋନ୍ ଆକାରରେ ଦର୍ଶାଯାଇଥିଲା।ଚିତ୍ରରେ ସ୍ୱାଧୀନତାର ଉଦ୍ଦାମତାକୁ ବେଶ୍ ହୃଦୟଙ୍ଗମ କରି ହେଉଥିଲା ଯାହା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ହୋଇଥିଲା।ଏହି ଅବସରରେ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ,ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା,ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ଶିଳ୍ପୀଙ୍କ ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *