ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ/ ସମୀକ୍ଷାନିୟୁଜ/ ବାଲିଗୁଡ଼ା ତା- ୧୫/୦୮/୨୦୨୬ ଦେଶର ୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ଉତ୍ସାହ ଓ ଦେଶାତ୍ମକ ବୋଧର ପରିବେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଉତ୍ସବରେ ବାଲିଗୁଡା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗିତ ଗାନ କରାଯାଇଥିଲା । ଏହା ପରେ ସ୍ୱାଧିନତା ସଂଗ୍ରାମୀ ସଂଗ୍ରାମୀ ଓ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ବିଭିନ୍ନ ବିଦ୍ୟାଳୟ, ସ୍କୁଲ କଲେଜର ଛାତ୍ରଛାତ୍ର, ସରକାରୀ ଅଧିକାରୀ ବିଭିନ୍ନ ବିଭାଗର କର୍ମଚାରୀ, ସାମାଜିକ ସଂଗଠନ ବରିଷ୍ଠ ନାଗରିକା ଓ ସ୍ଥାନିୟ ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଉତ୍ସବର ମୁଖର ହୋଇଥିଲା I ମୁଖ୍ୟ ଅତିଥି ନିଜ ଉପବୋଧନରେ ଦେଶର ଏକତା , ଭାଇଚାରା, ଶାନ୍ତି ଓ ବିକାଶ ପାଇଁ ସମସ୍ତେ ନିଜନିଜ କର୍ତ୍ତବ୍ୟ ଠିକ ଭାବେ ପାଳନ କଲେ ଦେଶର ଉନ୍ନତି ବୋଲି କହିଥିଲେ । ଛାତ୍ରଛାତ୍ରୀ ଦେଶ ଭବିଷ୍ୟତ, ତେଣୁ ତାଙ୍କ ପ୍ରତି ଶିକ୍ଷିକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ I
୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କଲେ


Total Users : 3684