ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ,୬। ୧୦
ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନା ତରଫରୁ ୨୦୨୦ ମସିହାରୁ ଇଛୁକ ଚାଷୀମାନଙ୍କ ଠାରୁ ୨୦ ହଜାର ଟଙ୍କା ନେଇ ବିକଳ୍ପ ଜଳସେଚନ ବ୍ୟବସ୍ଥା ଗଭୀର ନଳକୂପ ସାହାଯ୍ୟରେ ଜଳସେଚନ କରାଯିବାର ଉଦେଶ୍ୟ ଅନେକାଂଶରେ ବିଫଳ ବା ମନ୍ଥର ଗତିରେ ଚାଲିଛି। ଠିକ ଯେମିତି ଶ୍ରୀଗୀଡା, ଭାତବିଡା ଏବଂ ଛେପ୍ତିବାହାଲ ଗ୍ରାମରେ ୨୦୨୦ ମସିହାରୁ ଶହଶହ ଚାଷୀ ଜଳସେଚନ ହେବା ଉଦେଶ୍ୟରେ ଆବଶ୍ୟକ କାଗଜପତ୍ର ସହିତ ଟଙ୍କା ଡିପୋଜିଟ କରିଥିଲେ। ପାଳି ଅନୁସାରେ ନଳକୂପ ଖନନ ହେବ କହି ୨୦୨୨ ମସିହାରେ ବୋରିଂ ଖୋଲା ହେଲା। ତା ଆରବର୍ଷ ଇଲେକ୍ଟ୍ରି ଖମ୍ବା ଗଡା ହେଲା, ଏବଂ ଗତ ବର୍ଷ ତାର ଟଣା ଗଲା ହେଲେ ଛଅ ବର୍ଷ ବିତି ଯାଇଥିଲେ ମଧ୍ୟ ଲାଇନ ସଂଯୋଗ ହୋଇପାରୁନାହିଁ।

ଚଳିତ ବର୍ଷ ଆରମ୍ବରୁ ବର୍ଷାର ଅଭାବ, ମଝିରେ ବର୍ଷା ଠିକ ଏବେ ପୁଣି ବର୍ଷାର ଅଭାବ ପରିଲକ୍ଷିତ ହେଉଛି। ଯଦି ପାଣି ବର୍ଷା ନ ହେବ ତାହାହେଲେ ଧାନ ଚାଷ ମରୁଡିର ଶିକାର ହେବ। ଏଣୁ ଏହି ତିନି ଗ୍ରାମର ବୋରିଂ ହିତାକାଂକ୍ଷୀ ମାନେ ଆଜି ଜିଲ୍ଲାପାଳଙ୍କୁ ଦୁଃଖଜଣାଇବା ପାଇଁ ଆସିଥିଲେ। ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ସିଂ ଦେଓ ଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି, ପରେ OLIC ଯନ୍ତ୍ରୀ ଦିଲୀପ କୁମାର ସାହୁ ଙ୍କୁ ଭେଟି ଏହି ପ୍ରସଙ୍ଗ ଉପସ୍ଥାପନା କରିଥିଲେ ସେ ସମସ୍ୟା ବୁଝି ତୁରନ୍ତ ଟାଟା ବିଦ୍ୟୁତ ଏଜୁକେଟିଭ ଇଞ୍ଜନୀୟରଙ୍କ ସହିତ କଥା ହୋଇଥିଲେ ଏବଂ ୭ ଦିନ ମଧ୍ୟରେ ଲାଇନ ସଂଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଏଠାରେ ପ୍ରକାଶଥାଉ କି ଯେ ବିଗତ ଛଅ ବର୍ଷ ହେବ ବୋରିଂ ଟିଏ ପାଇଁ ଚାଷୀଙ୍କୁ ଅପେକ୍ଷା କରିବାକୁ ବଡୁଛି ଏବଂ ବାରମ୍ବାର ଅଫିସ ଅଫିସ ଧାଇଁବା ପରେ ମଧ୍ୟ ସମୟ ମଧ୍ୟରେ କାର୍ଯ୍ୟ କରାଯାଉ ନାହିଁ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ କ୍ଷୋଭ ପ୍ରକାଶ କରି ଯଦି ପ୍ରତିଶୃତି ପୂରଣ ନ ହେଉଛି ତାହାହେଲେ ରାଜରାସ୍ତାକୁ ଉଲ୍ହାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରବିଶଙ୍କର ପଧାନ, କିଶୋର ସାହୁ, ସୁରେଶ ନିକେଣ୍ଟି, ରମେଶ ମହାପାତ୍ର ଏବଂ ଶ୍ରୀଗୀଡା, ଭାତବିଡା ଓ ଛେପ୍ତିବାହାଲ ଗ୍ରାମର ବିକାଶ ବାରିକ, ରୋହିତ ମିଶ୍ର,ଦିଗପଲ ସାହୁ, ସୁବଳ ପଧାନ,କୈରୁ ଯୋଶୀ, ଗୋବିନ୍ଦ ସା, ଦାଢ଼ି ସାହୁ, ସମ୍ପଦ ବେହେରା, ଜଗାନନ୍ଦ ଦୀପ,ଗଣନାଥ ସାହୁ, ନୀଳାଞ୍ଚଳ ସାହୁ ସହିତ ଅନେକ ହିତାଧିକାରୀ ଆସିଥିଲେ।





