ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

୫୦ବର୍ଷ ପରେ ଗ୍ରୀଣ୍ଡୋଲା ଲୋକମାନେ ପାଇଲେ ସିଲିଂ ଜମିପଟ୍ଟା

୫୦ବର୍ଷ ପରେ ଗ୍ରୀଣ୍ଡୋଲା ଲୋକମାନେ ପାଇଲେ ସିଲିଂ ଜମିପଟ୍ଟା – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରପାଲି,୬|୧୦ ବରପାଲି ବ୍ଲକ ବରମକେଲା ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଆଦିବାସୀ ଦଳିତ ଓ ଓବିସି ବର୍ଗର ଲୋକମାନେ ଦୀର୍ଘ ୫୦ ବର୍ଷ ପରେ ସରକାରଙ୍କ ଠାରୁ ମିଳିଥିବା ସିଲିଂ ଜମି ଦଖଲରେ ରଖିଥିଲେ ସୁଦ୍ଧା ନେଟ୍ ପଟ୍ଟା ପ୍ରାପ୍ତିରୁ ବଂଚୁତ ରହିଥିଲେ। ଯାହାକି ଧାନ ବିକ୍ରୀ କରିବାରେ ବିବିଧ ଅସୁବିଧା ଭୋଗ କରିବା ସହିତ ଧାର କରଜରେ ଆଣିଥିବା ସାର ଔଷଧ ଟଙ୍କାକୁ ସୁଝିବାରେ ହଲାକେତ। ହଇରାଣ ସହ୍ୟ କରିବାକୁ ବାଧ୍ୟ ହେଉଥିଲେ। ହିତାଧିକାରୀ ମାନେ ଓଡ଼ିଶା ଆଦିବାସୀ ମହାସଂଘକୁ ଲିଖିତ ଭାବରେ ସମସ୍ୟା ସମ୍ପକିର୍ତ ଗୁହାରୀ ଜଣାଇଥିଲେ। ପରେ ସଂଘ ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮.ଦିନଧରି ଆମରଣ ଅନଶନ କରା ଯାଇଥିଲା। ଏହି ଅବସରରେ ସ୍ଥାନିୟ ତହସିଲଦାର ଆନ୍ଦୋଳନକାରୀଙ୍କୁ ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ। ହେଲେ ସମସ୍ୟାଟି ସୁଫଳ ପାଇବା ପରିବର୍ତ୍ତେ ବହୁ ଦିନ ହେବ ଫାଇଲ ଭିତରେ ବନ୍ଧା ପଡିଥିଲା।

୫୦ବର୍ଷ ପରେ ଗ୍ରୀଣ୍ଡୋଲା ଲୋକମାନେ ପାଇଲେ ସିଲିଂ ଜମିପଟ୍ଟା – ସମୀକ୍ଷା

ହେଲେ ବର୍ତ୍ତମାନର ତହସିଲଦାର ରୁକ୍ମଣ ମେହେର ଦାୟିତ୍ଵ ନେଲାପରେ ସମସ୍ୟାର ସ୍ଥିତିକୁ ଗୁରୁତ୍ବ ଦେଇଥିଲେ। ପୁର୍ବରୁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଜିଲ୍ଲା ସଂଘ ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ, ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ଜିଲ୍ଲା ସମ୍ପାଦକ ତ୍ରିଲୋଚନ ଭୁଏ ଏବଂ ବରପାଲି ବ୍ଲକ ସଭାପତି ଧର୍ମରାଜ ସିଂ ବରିହା ବ୍ଲକ ସମ୍ପାଦକ ଧନେଶ୍ଵର ସିଂ ତହସିଲଦାରଙ୍କୁ ଭେଟି ସଂଘ ଆଲୋଚନା କରିଥିଲେ । ତହସିଲଦାର ଗ୍ରୀଣ୍ଡୋଲା ଗ୍ରାମରେ ସିଲିଂ ଜମି ପାଇଥିବା ୧୭ ଜଣ ହୀତାଧିକାରୀ ମାନଙ୍କୁ ନେଟପଟ୍ଟା ପ୍ରଦାନ କରିଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲାର ଜିଲ୍ଲା ସମ୍ପାଦକ ତ୍ରିଲୋଚନ ଭୁଏ , ବରପାଲି ବ୍ଲକ ସଭାପତି ଧର୍ମରାଜ ସିଂ ବରିହା , ବ୍ଲକ ମେମ୍ବର ରାଜିନ୍ଦ୍ର ବରିହାଙ୍କ ଉପସ୍ଥିତିରେ ତହସିଲଦାର ରୁକ୍ମଣ ମେହେର ସିଲିଂ ଜମିର ନେଟ୍ ପଟ୍ଟା ପ୍ରଦାନ କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୬ ବର୍ଷ ହେଲା ନଳକୂପ ଖୋଲା ହୋଇଛି ହେଲେ ବିଦ୍ୟୁତ୍ ସଂଯୋଗ ହୋଇନି- ବିଜୁ କୃଷକ କଲ୍ୟାଣ ଯୋଜନା