ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା :
ଧନୁଯାତ୍ରା ରେ କଂସ କୁ ନେଇ ଲୋକ ମାନଙ୍କ ତୀବ୍ର ଆସନ୍ତୋଷ ଦେଖା ଦେଇଛି। ବରଗଡ ଜିଲ୍ଲା ରେ ଗୌରଭ ପତି ଆଚାର୍ଯ୍ୟ ଓ ତାଙ୍କ ଟିମ ଏ ନେଇ ଜିଲ୍ଲାପାଳ ଆଗରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଲୋକ ମାନଙ୍କ କହିବା ଅନୁସାରେ ବର୍ତମାନ ପରିଚାଳିତ କଂସ ସୁଶୀଳ କୁମାର ମେହେରଙ୍କ ଅଭିନୟ ଭଲ ହଉନି। ତାଙ୍କ ଅଭିନୟ ବିଶ୍ୱ ପ୍ରସିଧ ଧନୁଯାତ୍ରା ପାଇଁ ଉପଯୁକ୍ତ ନୁହଁ। ସେ ଛୋଟ ରଙ୍ଗ ମଞ୍ଚ ର କଳାକାର ଲୋକଙ୍କ କହିବା ଅନୁସାରେ। ଏନେଇ ବରଗଡ ରେ ଦସ୍ତଖତ ଅଭିଯାନ ଚାଲୁ ଅଛି। ଚଳିତ କଂସଙ୍କ କହିବା ଅନୁସାରେ କମିଟି ଯାହା ବିଚ।ର କରିବ ତାହା ସହ ଏକ ମତ ହେବେ ତାଙ୍କ ପ୍ରତିକ୍ରିୟା ରୁ ଜଣା ପଡିଛି। ପୂର୍ବରୁ ଯେଉଁ କଂସ ଥିଲେ ତାଙ୍କ ଅଭିନୟରେ କୌଣସି ଜନ ଅସନ୍ତୋଷ ଦେଖା ଦେଇ ନାହିଁ। ପ୍ରଥମ ଥର ଲୋକ ମାନଙ୍କ ମନରେ ଏପରି ପ୍ରତିକ୍ରିୟା ଦେଖା ଦେଇଛି।






