Headlines

ବରଗଡ: ବୋଲବମ୍ ଧ୍ବନିରେ କମ୍ପୁଥିଲା ଗାଇସିମା ଶିବ ମନ୍ଦିର


ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିଉଜ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିମା ଗ୍ରାମରେ ଅବସ୍ଥିତ ବାବା ବରାଡ ବାଲୁଙ୍କେଶ୍ୱର ଶିବ ମନ୍ଦିର ଏକ ପ୍ରାଚୀନ ଏବଂ ପ୍ରସିଦ୍ଧ ଶୈବପୀଠ ଏହା ଜିରା ନଦୀ କୂଳରେ ବରଗଡ ସହର କୁ ପ୍ରାୟ ୧୩ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ ପଚିମ ଓଡ଼ିଶା ର ପ୍ରସିଦ୍ଧ ଅଷ୍ଟସମ୍ଭୁ ମନ୍ଦିର ମଧ୍ୟ ରୁ ଅନ୍ୟତମ ମନ୍ଦିର ଇତିହାସ ଏବଂ ମହତ୍ବ ସମ୍ବଲପୁର ର ରାଜା ଅଭୟ ସିଂହ ୧୭୨୫ ରୁ ୧୭୬୫ ମସିହା ମଧ୍ୟରେ ଏହି ପୁରାତନ ମନ୍ଦିର ନିର୍ମାଣ କରିଥିଲେ ଏହା ଚୌହାନ ବଂଶର ରାଜତ୍ବ ସମୟରେ ସ୍ଥାପତ୍ୟ ର ଏକ ସୁନ୍ଦର ନମୁନା ଅଟେ ଏହି ପବିତ୍ର ଶିବ ମନ୍ଦିର ରେ ବାବା ବାଲୁଙ୍କେଶ୍ୱର ମହାପ୍ରଭୁ ଲିଂଙ୍ଗରୂପେ ପୂଜିତ ହୋଇଥାନ୍ତି ଗାଇସୀମା ଶିବ ମନ୍ଦିର କୁ ସବୁବେଳେ ଭକ୍ତମାନେ ଦର୍ଶନ କରିଆସନ୍ତି କିନ୍ତୁ ଶ୍ରାବଣ ମାସ ପାଇଁ ଅପେକ୍ଷାରେ ଥାନ୍ତି ମନ୍ଦିର ରେ ଦର୍ଶନ କରିବା ସହ ସମସ୍ତ ଭକ୍ତ ମାନଂକୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏଥିରେ ପୋଲିସ ପ୍ରଶାସନ ଓ ମନ୍ଦିର କମିଟି ତଥା ଗାଇସିମ ସରପଂଚ ଧିରନ ମହାପାତ୍ର ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *