ମହେଶ୍ଵର ଦିଗାଲ/ ସାମ୍ବାଦିକ/ ସମୀକ୍ଷା/କନ୍ଧମାଳ, ତା18/8/2026: ଶିବଙ୍କ ଦର୍ଶନ ଓ ଜଳା ଅଭିଷେକ ପାଇଁ ସୁଦ୍ଵର କନ୍ଧମାଳ ଜିଲ୍ଲା, ରାଇକିଆ ବ୍ଲକର ଡଡ଼ିଙ୍ଗିଆ ଗ୍ରାମର ଜଣେ ଶିବଭକ୍ତଙ୍କ ମଧ୍ଯରେ ଦୁଃଖର ଛାୟା ସାରା ଓଡ଼ିଶାକୁ ଚକିତ କରିଛି । କିଛି ଦେଖିବା ଜାଣିବା ଭାବିବା ପୂର୍ବରୁ ମୃତ୍ୟୁ ଏମିତି ବି ଆସେ । ରାଇକିଆ ଥାନା ଅନ୍ତର୍ଗତ ଡୋଡିଙ୍ଗିଆ ଗ୍ରାମର ସ୍ଵର୍ଗତ କିଶୋର ବିନ୍ଦାଣୀଙ୍କ ମଝିଆ ପୁଅ ଲିଚୁ ବିନ୍ଦାଣୀ (36) ଶିବଭକ୍ତ ଭାବେ ବଲବମ୍ ଯାତ୍ରାରେ ନିଜ ଗାଁରୁ ଗଞ୍ଜାମ ଜିଲ୍ଲା ଆସ୍କା ସ୍ଥିତ ସିଦ୍ଦେଶ୍ଵର ମନ୍ଦିରକୁଯାଇଥିଲେ। ପ୍ରାୟ ୧୩୦୦ ପାହାଚ ଚଢ଼ି ମନ୍ଦିରରେ ଜଳାଭିଷେକ କରି ଫେରୁଥିବା ସମୟରେ ୧୧୩ ପାହାଚ ମାତ୍ର ଆସିଥିଲେ, ସେତେବେଳେ ହାର୍ଟି ଆଟାକ ହୋଇ ଥିଲା। ଘଟଣା ପରେ ମନ୍ଦିର କର୍ମକର୍ତ୍ତା ଓ ପୋଲିସ ବାହିନୀଙ୍କ ସହଯୋଗରେ ତାଙ୍କୁ ତ୍ଵରନ୍ତ ଆସ୍କା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣାରେ ପରିବାର ଜ୍ଞାତିକୁଟୁମ୍ବ, ସଂପର୍କୀୟ ଓ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ଧର୍ମପତ୍ନୀ ପରିବାରକୁ ପ୍ରତି ଗଭୀର ସମବେଦନା ଜଣାଇ ସରକାରୀ ସହାୟତା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Total Users : 3695