ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

୨୨ କେଜି ଗଞ୍ଜେଇ ଜବତ ତେଲେଙ୍ଗାନା ନମ୍ବର ଅଟୋ ସହ ୨ ଗିରଫ: କାଲିମେଳା ଥାନାରେ ଏନ୍‌ଡିପିଏସ୍‌ ମାମଲା ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଅଭିଯୋଗ

୨୨ କେଜି ଗଞ୍ଜେଇ ଜବତ ତେଲେଙ୍ଗାନା ନମ୍ବର ଅଟୋ ସହ ୨ ଗିରଫ: କାଲିମେଳା ଥାନାରେ ଏନ୍‌ଡିପିଏସ୍‌ ମାମଲା ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଅଭିଯୋଗ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି /ସମୀକ୍ଷା ନ୍ୟୁଜ :୧୦/୧୦/୨୬


ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣ ବିରୋଧରେ ପୋଲିସର ଅଭିଯାନ ଜାରି ରହିଛି। ପୁଣି ଏକ ଗଞ୍ଜେଇ ଚାଲାଣ ଘଟଣାରେ କାଲିମେଳା ପୋଲିସ ୨୨ କେଜି ଗଞ୍ଜେଇ ଜବତ କରିବା ସହ ତେଲେଙ୍ଗାନା ନମ୍ବର ଥିବା ଏକ ଅଟୋକୁ ଜବତ କରିଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ଏନ୍‌ଏଚ୍‌-୩୨୬ ରାସ୍ତାରେ ଏମ୍‌ଭି-୯୦ ଗ୍ରାମ ବାହାରେ କାଲିମେଳା ଥାନା ଅଞ୍ଚଳରେ ପୋଲିସ ଗଞ୍ଜେଇ ଚାଲାଣ ନେଇ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଏକ ଅଟୋକୁ ଅଟକାଇବା ପାଇଁ ପୋଲିସ ପିଛା କରିଥିଲା। ଦୀର୍ଘ ସମୟ ଧରି ପିଛା କରିବା ପରେ ତେଲେଙ୍ଗାନା ନମ୍ବର ଥିବା ଅଟୋଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଅଟୋରୁ ପ୍ରାୟ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଗିରଫ ଅଭିଯୁକ୍ତ ଉଭୟ ମୋଟୁ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।ଉଭୟଙ୍କୁ ପୋଲିସ ଗିରଫ କରିବା ସହ ପୋଲିସ ଅଟୋ ସହିତ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଦିଗରେ ତଦନ୍ତ ଜାରି ରହିଛି। ଏହି ଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତି ଓ ମୁଖ୍ୟ ଯୋଗାଣକାରୀଙ୍କ ସମ୍ପର୍କରେ ମଧ୍ୟ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

୨୨ କେଜି ଗଞ୍ଜେଇ ଜବତ ତେଲେଙ୍ଗାନା ନମ୍ବର ଅଟୋ ସହ ୨ ଗିରଫ: କାଲିମେଳା ଥାନାରେ ଏନ୍‌ଡିପିଏସ୍‌ ମାମଲା ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଅଭିଯୋଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସିନ୍ଧ୍ରିମାଳ ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ