ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଆମ୍ବପଳାସ ଗାଁ ଜଙ୍ଗଲରେ ପରଜଙ୍ଗ ପୋଲିସର ବଡ ସଫଳତା :

ଆମ୍ବପଳାସ ଗାଁ ଜଙ୍ଗଲରେ ପରଜଙ୍ଗ ପୋଲିସର ବଡ ସଫଳତା : – ସମୀକ୍ଷା ଖବର

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନ୍ୟୁଜ :୦୯/୧୦


ଆମ୍ବପଳାସ ଜଙ୍ଗଲରେ ୩୦ହଜାର ଲିଟର ପୋଚ ନଷ୍ଟ, ୨ହଜାର ଲିଟର ଦେଶୀ ମଦ ଜବତ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶୀ ମଦ ରନ୍ଧନଶାଳରେ ପୋଲିସର ବଡ଼ ଧରଣର ଚଢ଼ାଉ। ପରଜଙ୍ଗ ଓ ମହାବିରୋଡ଼ ପୋଲିସର ମିଳିତ ଚଢ଼ାଉରେ ଜଙ୍ଗଲ ଭିତରେ ଚାଲିଥିବା ଏକାଧିକ ମଦ ରନ୍ଧାଶାଳକୁ ଭାଙ୍ଗି ଦିଆଯାଇଛି।ଏହି ଚଢ଼ାଉରେ ପ୍ରାୟ ୩୦ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୨ ହଜାର ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ତେବେ ପୋଲିସର ଚଢ଼ାଉ ସମୟରେ ମଦ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ଲୋକେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛିl କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ଓ ପରଜଙ୍ଗ ଥାନା ଅଧିକାରୀ ସୁବ୍ରତ କୁମାର ସାହୁଙ୍କ ସମେତ ପୋଲିସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଜଙ୍ଗଲ ଭିତରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ରୋକିବା ପାଇଁ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଆମ୍ବପଳାସ ଗାଁ ଜଙ୍ଗଲରେ ପରଜଙ୍ଗ ପୋଲିସର ବଡ ସଫଳତା : – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୨୨ କେଜି ଗଞ୍ଜେଇ ଜବତ ତେଲେଙ୍ଗାନା ନମ୍ବର ଅଟୋ ସହ ୨ ଗିରଫ: କାଲିମେଳା ଥାନାରେ ଏନ୍‌ଡିପିଏସ୍‌ ମାମଲା ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଅଭିଯୋଗ