ମାଲକାନଗିରି: ନିର୍ବାଚନ ଡିଉଟି ସାରି ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ

ଅପୂର୍ବ ଥଣ୍ଡର//ସ୍ୱତନ୍ତ୍ର ପ୍ରତିନିଧି // ସମୀକ୍ଷା ନିୟୁଜ
ମାଲକାନଗିରି,୧୪/୦୫/୨୪: ମାଲକାନଗିରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପୁଲିଂ ପାର୍ଟି ଫେରିବା ବେଳେ ଏକ ଅଘଟଣ ଘଟିଯାଇଛି। ସୂଚନାରୁ ଜଣାପଡିଛି ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା ରେ ପ୍ରିଜାଇଡିଂ ଅଫିସର ମୃତ୍ୟ ଘଟିଛି । ମୃତ ପ୍ରିଜାଇଡିଂ ଅଫିସର ହେଲେ ଖଇରପୁଟର ଶିକ୍ଷକ, ଘର ମୁଦୁଲିପଡା ପଂଚାୟତ ବନ୍ଧଗୁଡା ଗ୍ରାମର ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମସାରି ଫେରୁଥିବା ବେଳେ ଇନ୍ଦ୍ରଜୀତ ଙ୍କ ବାଇକ କୁ ଧକ୍କା ଦେଲା ଏକ ଘରୋଇ ବସ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜୀତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ପାଇବା ପରେ ଖଇରପୁଟ ବ୍ଲକ ର ସମସ୍ତ ଶିକ୍ଷକ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ଡମ୍ବରୁ ସୀସା ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶନୀ ମାଥିଲି ମେଡ଼ିକାଲ ରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ବୁଝି କରିଥିଲେ । ସୂଚନା ନେବାରୁ ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥ ରେ ପ୍ରିଜାଇଡିଂ ଅଫିର ଭାବେ ନିୟୋଜିତ ରହି ଗତକାଲି ମତଦାନ କାର୍ଯ୍ୟ ଶେଷ କରି ବିଳମ୍ବିତ ରାତ୍ରି ହେବାରୁ ଆଜି ସକାଳୁ ନିଜ ଘର ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଖୁରି ଗୁଡା ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା । ଦୁର୍ଘଟଣା ଘଟାଇ ଥିବା ଘରୋଇ ବସ କୁ ମାଲକାନଗିରି ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *