ଡ଼ ମହେଶ୍ୱର, ସମ୍ପାଦକ, ସମୀକ୍ଷା ଖବରକାଗଜ:
ଓଡ଼ିଶାର ଋଣ ବୋଝ ଯେପରି ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି ସେଥିରୁ ରାଜ୍ୟର ଋଣ ପରିମାଣ ଖୁବଶୀଘ୍ର ଦେଢ଼ ଲକ୍ଷ କୋଟି ଟଙ୍କାକୁ ଟପିବା ଅାଶଙ୍କା କରାଯାଉଛି ଏଠାରେ ଉଲ୍ଲେଖନୀୟ ଯେ 1995-96 ବେଳକୁ ଓଡ଼ିଶାର ଋଣ ଭାର 9218 କୋଟି 50ଲକ୍ଷ ଟଙ୍କା ଥିବାବେଳେ 2000-01 ବର୍ଷ ବେଳକୁ ତାହା 21001 କୋଟି 88ଲକ୍ଷ ଟଙ୍କାରେ ପହ*ଥିଲା ତେବେ 2013-14 ବେଳକୁ ଏହି ଋଣବୋ ବଢ଼ିବଢ଼ି 37,570 କୋଟି 89ଲକ୍ଷ ଟଙ୍କା ହୋଇଥିଲା ସରକାରୀ ତଥ୍ୟ ମୁତାବକ ଯେଉଁ ହାରରେ ଋଣବୋଝ ବଢ଼ି ଚାଲୁଛି ତଦନୁଯାୟୀ ଚଳିତ ଅାର୍ତ୍ଥକ ବର୍ଷ ଶେଷ ଅର୍ଥାତ୍ 2027 ମାର୍ଚ୍ଚ 31 ତାରିଖ ସୁଦ୍ଧା ଓଡ଼ିଶାର ଋଣବୋଝ 1,48,187 କୋଟି 82ଲକ୍ଷ ଟଙ୍କାରେ ପହଞ୍ତ୍ଚବ ଏହି ଅାକଳନ ଅର୍ଥ ବିଭାଗ କରିଛି ଉକ୍ତ ଧାରା ଅବ୍ୟାହତ ରହିଲେ 2027 ଜୁନ୍ ମାସ ବେଳକୁ ଓଡ଼ିଶାର ଋଣବୋଝ ଦେଢ଼ ଲକ୍ଷ କୋଟି ଟଙ୍କାକୁ ଟପିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଅାଶଙ୍କା କରୁଛନ୍ତି ଏହା ରୋକାନଗଲେ 2036 ବେଳକୁ ଓଡ଼ିଶାର ଋଣବୋଝ ଅଢ଼େଇ ଲକ୍ଷ କୋଟି ଟଙ୍କାକୁ ଟପିଯିବା ଅାଶଙ୍କାକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି ଯେ ଏଫ୍ଅାରବିଏମ୍ ଅାଇନ୍ନୁଯାୟୀ ରାଜ୍ୟର ସାମଗ୍ରୀ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ ଋଣବୋଝ ନିୟନ୍ତ୍ରଣ ଭିତରେ ରହୁଛି 2005-06 ବର୍ଷରୁ ଓଡ଼ିଶା ନିଜକୁ ରାଜସ୍ବ ବଳକା ରାଜ୍ୟ ଭାବେ ଦାବି କରିଅାସୁଛି ଏହା ସ୍ବେ ବର୍ଷକୁ ବର୍ଷ କିନ୍ତୁ ଋଣବୋଝ ବଢ଼ିବଢ଼ି ଚାଲିଛି 2024-25 ବର୍ଷରେ ରାଜ୍ୟ ସରକାର 46,820 କୋଟି 93ଲକ୍ଷ ଟଙ୍କା ଋଣ କରିଥିବାବେଳେ ଏହି ବର୍ଷରେ ଋଣ ପରିଶୋଧ କରିଥିଲେ 39,943 କୋଟି 54ଲକ୍ଷ ଟଙ୍କା ଅର୍ଥାତ୍ ଉକ୍ତ ବର୍ଷରେ ଋଣ ପରିମାଣ ମୋଟାମୋଟି ଭାବେ 16,877 କୋଟି 39ଲକ୍ଷ ଟଙ୍କା ବଢ଼ିଥିଲା ସେହିପରି 2025-26 ବର୍ଷରେ ଓଡ଼ିଶା ସରକାର 31,455 କୋଟି ଟଙ୍କାର ଋଣ କରିଥିବାବେଳେ ସୁଝିଥିଲେ 21,748 କୋଟି 90 ଲକ୍ଷ ଟଙ୍କା ମୋଟାମୋଟି ଭାବେ ଗତ ଅାର୍ତ୍ଥକ ବର୍ଷରେ ଋଣବୋଝ 9,706 କୋଟି 10ଲକ୍ଷ ଟଙ୍କା ବଢ଼ିଥିଲା ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ କାଳରେ ଖୋଦ୍ ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତଦନୁଯାୟୀ 2026-27 ଅାର୍ତ୍ଥକ ବର୍ଷର ଅଗଷ୍ଟ ମାସ ଶେଷ ସୁଦ୍ଧା ସରକାର 11,077 କୋଟି 79 ଲକ୍ଷ ଟଙ୍କାର ଋଣ କରିଥିବାବେଳେ 6,873 କୋଟି 5ଲକ୍ଷ ଟଙ୍କା ସୁଝିଛନ୍ତି ଅର୍ଥାତ୍ ଚଳିତ ଅାର୍ତ୍ଥକ ବର୍ଷର ପ୍ରଥମ 5ମାସରେ ଋଣବୋଝ 4,204 କୋଟି 74ଲକ୍ଷ ଟଙ୍କା ବଢ଼ିଛି ରାଜ୍ୟ ସରକାର ସର୍ବାଧିକ ଋଣ ଉଠାଉଛନ୍ତି ଖୋଲା ବଜାରରୁ 2024-25 ବର୍ଷରେ ଖୋଲା ବଜାରରୁ 20,780 କୋଟି ଟଙ୍କା ଋଣ ଉଠାଇଥିବାବେଳେ 2025-26 ବର୍ଷରେ 11 ହଜାର କୋଟି ଟଙ୍କା ଅାଣିଥିଲେ ଚଳିତ ଅାର୍ଥତ୍କ ବର୍ଷର ପ୍ରଥମ 5 ମାସରେ ଖୋଲା ବଜାରରୁ ବି 5 ହଜାର କୋଟି ଟଙ୍କା ଋଣ ଉଠାଯାଇଛି ରାଜ୍ୟ ବଜେଟ୍ର ଅାୟ ତାଲିକାରେ ଋଣ ଏକ ପ୍ରମୁଖ ସ୍ଥାନରେ ରହୁଛି ରାଜ୍ୟରେ ମୁଣ୍ଡ ପିଛା ହାରାହାରି ଅାୟ ବୃଦ୍ଧି ପାଉଥିବା ଦାବି କରାଯାଉଥିବାବେଳେ ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ କିନ୍ତୁ ବହୁ ପରିମାଣରେ ରହୁଛି ଚଳିତ ଅାର୍ତ୍ଥକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ହାରାହାରି ଋଣ ପରିମାଣ 31,444 ଟଙ୍କା 59 ପଇସା ହେବ ବୋଲି ଅାକଳନ କରାଯାଇଛି ଦେଶର ଋଣବୋଝ 200ଲକ୍ଷ କୋଟି ଟଙ୍କାକୁ ଟପିସାରିଥିବାବେଳେ ରାଜ୍ୟର ଋଣବୋଝ ଦେଢ଼ ଲକ୍ଷ କୋଟି ଟଙ୍କା ଅାଡକୁ ମୁହାଁଇବା ଅର୍ଥନୀତି ପ୍ରତି ଅାହ୍ବାନ ସୃଷ୍ଟି କରିଥିବା ପରିପ୍ରେକ୍ଷୀରେ ମିତବ୍ୟୟିତା ସହ ଖର୍ଚ୍ଚକାଟ ଏବଂ ରାଜ୍ୟ ଓ ଲୋକଙ୍କ ରୋଜଗାର ବୃଦ୍ଧି ଉପରେ ଅର୍ଥନୀତି ବିଶେଷଜ୍ଞମାନେ ଗୁରୁତ୍ୱାରୋ କରୁଛନ୍ତି






