ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୦/୦୮/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ଏକ ସାମାଜିକ ବାସନ୍ଦ ପରିବାର ବୁଧବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ନିମାଇଁ ମୁର୍ମୁ ଓ ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଗ୍ରାମମୁଖ୍ୟ (ମାଝୀବାବା) ଏବଂ ମାଝୀ ମହଲ ସଂଗଠନର ନିର୍ଦ୍ଦେଶକ୍ରମେ ସେମାନଙ୍କୁ ସାମାଜିକ ଭାବେ ବାସନ୍ଦ କରାଯାଇଛି।
ଫଳରେ ଗ୍ରାମବାସୀ ସେମାନଙ୍କ ସହ କଥାବାର୍ତ୍ତା ବନ୍ଦ କରିବା ସହ ବିଲବାଡ଼ିକୁ ଯିବା ରାସ୍ତା ଏବଂ ସରକାରୀ ପୋଖରୀ, କୂଅ ଓ ନଳକୂଅରୁ ପାଣି ଆଣିବା ଉପରେ କଟକଣା ଲଗାଇଛନ୍ତି, ଯାହା ସମ୍ବିଧାନର ଅନୁଚ୍ଛେଦ ୨୧ ଦ୍ୱାରା ପ୍ରଦତ୍ତ ମୌଳିକ ଅଧିକାରର ସିଧାସଳଖ ଉଲ୍ଲଂଘନ ବୋଲି ଦର୍ଶାଯାଇଛି।
ଗତ ମେ’ ୩୦ ତାରିଖରେ ନଳକୂଅରୁ ପାଣି ଆଣିବା ସମୟରେ ପରିବାରର ସଦସ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ମୋବାଇଲ୍, ସାଇକେଲ ଓ ପାଣି ଗଗରା ଛଡ଼ାଇ ନିଆଯାଇଥିଲା। ଏନେଇ କପ୍ତିପଦା ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ପୁଲିସ ପ୍ରଶାସନ ନ୍ୟାୟ ଦେବା ପରିବର୍ତ୍ତେ ଓଲଟା ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ଏବଂ ଛଡ଼ାଇ ନିଆଯାଇଥିବା ସାମଗ୍ରୀଗୁଡ଼ିକ ଆଜିଯାଏଁ ଫେମି ନାହିଁ।
ଆଗାମୀ ୭ ଦିନ ମଧ୍ୟରେ ଜିନିଷପତ୍ର ଫେରାଇ ଦିଆଯିବା ସହ ପରିବାରକୁ ଉପଯୁକ୍ତ ସୁରକ୍ଷା ଓ ନ୍ୟାୟ ନମିଳିଲେ, ବାଧ୍ୟ ହୋଇ ଏସ୍ପି କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।
ଥାନାରୁ ନ୍ୟାୟ ମିଳିଲାନି: ଏସ୍ପି ଓ ଜିଲ୍ଲାପାଳଙ୍କୁ ସାମାଜିକ ବାସନ୍ଦ ପରିବାରର ଦାବିପତ୍ର

ସମୀକ୍ଷା ନ୍ୟୁଜଲେଟର
ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ
ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE
ପରବର୍ତ୍ତୀ ଖବର
ତାଳଚେରରେ ପୂର୍ତ୍ତ ବିଭାଗର ଖାମଖିଆଲି: ବିଦ୍ୟୁତ୍ ଖୁଣ୍ଟ ଓ ଗଛ ପଛରେ ଲୁଚିଛି ଦିଗ ନିର୍ଣ୍ଣାୟକ ବୋର୍ଡ



