ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ପୁରୀ

ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ

ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ସୋହେଲା,୧୦।୧୦ ସୋହେଲା ଥାନା ଅନ୍ତର୍ଗତ ରାଜ୍ୟ ସୀମାନ୍ତରେ ସ୍ଥିତ ପଣ୍ଡକିପାଲି ଗ୍ରାମରେ ଗତ ମାସ ଆଠ ତାରିଖ ଦିନ ଅମୃତ ବର୍ଗେ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ମୃତକ ଅମୃତ ବର୍ଗେଙ୍କ ପରିବାର ଲୋକେ ସୋହେଲା ଥାନାକୁ ଆସି ଅମୃତଙ୍କୁ ହତ୍ୟା କରା ଯାଇଥିବା ନେଇ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ କ୍ରମେ ସୋହେଲା ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଆଜି ସକାଳେ ପଣ୍ଡକିପାଲି ଗ୍ରାମକୁ ଯାଇ ପୋତା ହୋଇଥିବା ମୃତଦେହକୁ ବାହାର କରି ଲେବୋରେଟୋରୀ ଟେଷ୍ଟ ପାଇଁ ପଠାଇଛି । ମିଳିଥିବା ସୂଚନା ଅନୁସାରେ ଅମୃତ ବର୍ଗେଙ୍କ ପତ୍ନୀ ବିଦେଶିନୀ ତାଙ୍କ ସ୍ୱାମୀ ଅମୃତଙ୍କୁ ହତ୍ୟା କରାଯାଇ ଥିବା ନେଇ ଗତକାଲି ସୋହେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତ ସେପଟେମ୍ବର ମାସ ୮ ତାରିଖ ସକାଳ ସାଢ଼େ ଆଠଟା ସମୟରେ ସେହି ଗ୍ରାମର ରଜନୀ ସାହୁ ତାଙ୍କ ଖେତରେ କାମ କରିବା ପାଇଁ ଅମୃତ ବର୍ଗେଙ୍କୁ ଗାଡିରେ ବସେଇ ନେଇଥିଲେ । ଏହାର କିଛି ସମୟ ପରେ ରଜନୀ ତାଙ୍କ ଘରକୁ ଆସି ଅମୃତ ବେହୋସ ହୋଇଯାଇଛି ବୋଲି କହି ବିଦେଶିନୀ (ଅମୃତଙ୍କ ପତ୍ନୀ) ଓ ସୁମିତ୍ରା ବର୍ଗେଙ୍କୁ ତାଙ୍କ ଗାଡିରେ ବସାଇ ନେଇଥିଲେ ।

ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ – ସମୀକ୍ଷା

ସେଠାରେ ଅମୃତଙ୍କ ମୁଣ୍ଡ ଫାଟି ରକ୍ତ ଜୁଡୁବୁଡୁ ହୋଇ ତଳେ ମୃତ ପ୍ରାୟ ପଡି ରହିଥିଲା । ଅମୃତଙ୍କ ଅବସ୍ଥା ନେଇ ସେ ରଜନୀ ସାହୁଙ୍କୁ ପଚାରିବାରୁ ଅମୃତ ବେହୋସ ହୋଇଯାଇଛି ବୋଲି କହିଥିଲେ । ସେଠାରେ ଥିବା ରଜନୀ ସାହୁଙ୍କ ପୁଅ ଦିନେଶ, ଭାଇ ବୁଲୁ ଓ ପାଖରେ ଥିବା ଟହଲୁ ପଧାନ ଓ ବିଦେଶିନୀ ମିଶି ଅମୃତଙ୍କୁ ଏକ ଅଟୋରେ ଲୁହୁରାଚଟିର ଏକ ଘରୋଇ ଚିକିତ୍ସକଙ୍କ ପାଖକୁ ନେଇଥିଲେ । ଉକ୍ତ ଚିକିତ୍ସକ ଚିକିତ୍ସା କରିବା ପାଇଁ ଅସମର୍ଥ୍ୟତା ପ୍ରକାଶ କରିବାରୁ ସେମାନେ ଅମୃତଙ୍କୁ ସୋହେଲା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନା ବାରଣ୍ଡାରେ ଅମୃତଙ୍କୁ ତଳେ ଶୁଆଇ ରଜନୀ ସାହୁ ବିଦେଶିନୀକୁ ଡାକି ଅମୃତ ମରିଗଲାଣି ଯେତେ ଟଙ୍କା ଖର୍ଚ୍ଚ ହେବ ମୁଁ ଦେବି । ଏ କଥା କାହାକୁ କହିବୁ ନାହିଁ ଯଦି କାହା ଆଗରେ କହିବୁ ତୋତେ ଓ ତୋ ପିଲାକୁ ମାରି ଦେବି ବୋଲି ରଜନୀ ଧମକ ଦେଇଥିବା ନେଇ ବିଦେଶିନି ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏହା ପରେ ସେମାନେ ଆମ୍ବୁଲାନ୍ସ ଯୋଗେ ଅମୃତର ଶବକୁ ଗାଁକୁ ନେଇଥିଲେ ।

ଘରେ ଲକ୍ଷ୍ମୀକାନ୍ତ,ନନ୍ଦିନୀ ଓ ଧନମତୀ ମୃତ୍ୟୁର କାରଣ ପଚାରିବାରୁ ତାଙ୍କୁ ହାର୍ଟ ଆଟାକ ଯୋଗୁ ମୃତ୍ୟୁ ହୋଇଛି ବୋଲି ରଜନୀ କହିଥିଲେ । ଅନ୍ୟ ପକ୍ଷରେ ରଜନୀ ସାହୁ ତା ନିଜ ଘରକୁ ଯାଇ ଶବ ପୋଡିବା ପାଇଁ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ଟ୍ରାକ୍ଟରରେ ଆଣି ଶିଘ୍ର ଶବକୁ ପୋଡି ଦେବାକୁ ବାଧ୍ୟ କରିଥିଲେ । କିନ୍ତୁ ବଂଶୀୟ ରୀତି ଅନୁସାରେ ଶବକୁ ନିଆଁ ଦିଆଯାଏ ନାହିଁ ମାଟିତଳେ ପୋତି ଦିଆଯାଏ ବୋଲି ବିଦେଶିନୀ କହିବା ପରେ ଅମୃତର ଶବକୁ ପୋତି ଶୁଦ୍ଧିକ୍ରିୟା ପାଇଁ ରଜନୀ ୫ହଜାର ଟଙ୍କା ଦେଇଥିଲେ । କିନ୍ତୁ ଏହି ଘଟଣାର କିଛି ଦିନ ପରେ ଦେଇଥିବା ୫ହଜାର ଟଙ୍କା ରଜନୀ ଫେରସ୍ତ ମାଗିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ବିଦେଶିନୀ ଙ୍କ ଅଭିଯୋଗ କ୍ରମେ ସୋହେଲା ଥାନାରେ କେଶ ନମ୍ବର ୨୭୦/୨୬ ରେ ଏକ ମାମଲା ୠଜୁକରି ପୋଲିସ ଆଜି ଶବ ପୋତା ହୋଇଥିବା ସ୍ଥାନକୁ ଯାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ବନମାଳୀ ପରିଡା , ପଦ୍ମପୁର ଏସଡିପିଓ ପାଣ୍ଡବ ଶବର, ସୋହେଲା ଥାନା ଆଇଆଇସି ହରିଶଙ୍କର ଭୋଇଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ଆସିଥିବା ସାଇଣ୍ଟିଫିକ ଦଳ ମାଟିତଳୁ ବାହାର କରି ଜବତ କରି ବ୍ୟବଛେଦ ପାଇଁ ବରଗଡ଼ ପଠେଇଛନ୍ତି।ସୋହେଲା ଥାନାରେ ଏନେଇ ଥାନା କେଶ ନମ୍ବର ୨୭୦/୨୬ରେ ବିଏନଏସ ର ଧାରା ୧୦୩(୧), ୨୩୮(a)/୩(୫) ଆଦିବାସୀ ହରିଜନ ନିର୍ଯାତନା ଆଇନ ଅନୁସାରେ ଏକ ମାମଲା ରୁଜୁକରି ୩ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚାଲିଛି ବୋଲି ଘଟଣାର ତଦନ୍ତ କରୁଥିବା ଅତିରିକ୍ତ ଥାନାଧିକାରୀ ଶ୍ୟାମାନନ୍ଦ ନାଏକ ପ୍ରକାଶ କରିଛନ୍ତି ।

ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଲରୁ ବାହାରିଲା ଶବ