Headlines

ମାଲକାନଗିରିରେ ବନ୍ୟପ୍ରାଣୀ ଅପରାଧ: ଅଜଗର ଶବ ଓ ଶୁଖିଲା ମାଂସ ଜବତ, ଜଣେ ଗିରଫ

​ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୦/୦୮/୨୬: ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ସତୀଗୁଡ଼ା ଡ୍ୟାମ୍ ନିକଟରେ ଜଣେ ବ୍ୟକ୍ତି ଗୋଟିଏ ମୃତ ଭାରତୀୟ ଅଜଗର ସାପ ବୋହି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ବନ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
​ସୋସିଆଲ ମିଡିଆ ଭିଡିଓକୁ ଆଧାର କରି ମାଲକାନଗିରି ରେଞ୍ଜର ବନ ଓ କର୍ମଚାରୀମାନେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ଆଧାରରେ ବୁଧବାର ସତୀଗୁଡ଼ା ଗ୍ରାମ ନିକଟରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
​ଅଭିଯୁକ୍ତଙ୍କ ନିକଟରୁ ତଲାସି ସମୟରେ ​ଗୋଟିଏ ମୃତ ଭାରତୀୟ ଅଜଗର ଓ
​୫୦ ଗ୍ରାମ ଶୁଖିଲା ମାଂସ
​ଜବତ କରାଯାଇଛି। ୧୯୭୨ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ (୨୦୨୨ ସଂଶୋଧିତ) ର ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗ ଗୋଟିଏ ମାମଲା ରୁଜୁ କରିଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତକୁ ମାନ୍ୟବର ଆଦାଲତକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *