ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 11/10/2026:ଜଗତସିଂହପୁରଜିଲାର ବାଲିକୁଦା ବ୍ଲକ ଡ୍ରାଇଭର ମହାସଂଘର ସାଙ୍ଗଠନିକ କାର୍ଯ୍ୟକ୍ରମ ବାଲିକୁଦା ସ୍ଥିତ ମହାସଂଘବାଲିକୁଦା ବ୍ଲକ ମହାସଙ୍ଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି |ବାଲିକୁଦା ବ୍ଲକ ମହାସଙ୍ଘର ସଭାପତି ସୁଭାଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ପୁଷ୍ପ ରଞ୍ଜନ ସାହୁ ସଂଯୋଜନା କରିଥିଲେ |
ପ୍ରକାଶ ଥାଉକି ଓଡିଶା ଡ୍ରାଇଭର ମହାସଂଘ ଓଡିଶାର ପ୍ରତେକ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଂଗଠନ କରି ରଖିଛି|ସାଙ୍ଗଠନିକ କାର୍ଯ୍ୟ କ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟକର୍ତ୍ତାଓ ପଦାଧିକାରୀ ମିଶି କାମ କରି ଦେଶ, ମହାସଂଘ ଓ ଡ୍ରାଇଭର ମାନଙ୍କ ଉନ୍ନତି କରିପାରିବ |ଏହା ମହାସଙ୍ଘର ବରିଷ୍ଠସଭ୍ୟ ଭଗବାନ ମହାନ୍ତି ତାଙ୍କର ଅଭିଭାଷଣରେ କହିଥିଲେ |

ଆଜି ଯେଉଁ ନୂଆ କାର୍ଯ୍ୟ କାରିଣୀ ସଦସ୍ୟ ସବୁ ସର୍ବସମ୍ମତି କ୍ରମେ ବଛାହେଲେ, ସେମାନେ ହେଲେ ସୁବାସ ଚନ୍ଦ୍ର ଦାସ ସଭାପତି, ଆଦିତ୍ୟ ସାହୁ ଉପ ସଭାପତି, କୃଷ୍ଣ ଚନ୍ଦ୍ର ଦାସ ସମ୍ପାଦକ, ଅରୁଣ କୁ ସାହୁ ସହ ସମ୍ପାଦକ, ଉମାକାନ୍ତ ଭୋଳ ମୁଖ୍ୟ ଆଡମିନ, ସୂବସ ଦାସ ସାଙ୍ଗଠନିକ ସମ୍ପାଦକ, ମନୋଜ ମହାପାତ୍ର ଉପଦେଷ୍ଟା ଭାବେ ନିର୍ବାଚିତ ହେଲେ | ପରିଶେଷରେ ସମସ୍ତ ନବ ନିର୍ବାଚିତ ପଦାଧିକାରୀ ମନେଶପଥ ପାଠ କରିଥିଲେ |





