ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ପାଇକମାଳ, ୧୧।୧୦ ବିଞ୍ଝାଲ ଜନଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଏହାର ସର୍ବାଙ୍ଗୀଣ ବିକାଶ ଲକ୍ଷ୍ୟରେ ରାଜ୍ୟସ୍ତରୀୟ ବିଞ୍ଝାଲ ଭାଷା, ସାହିତ୍ୟ ଓ ବିକାଶ ପରିଷଦ, ଓଡ଼ିଶା ପକ୍ଷରୁ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ମଳଦା ଗ୍ରାମରେ ରବିବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମସ୍ଥିତ ବାରଭାଇ ବେଣ୍ଠକାରଙ୍କ ଆଶ୍ରୟସ୍ଥଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ଗ୍ରାମ ପରିକ୍ରମା କରିଥିଲେ। ପରେ ମଳଦା ବରିହା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସମ୍ମିଳନୀରେ ତ୍ରିଲୋଚନ ବରିହା ସଭାପତିତ୍ୱ କରିଥିଲେ। ସମ୍ମିଳନୀରେ ବିଞ୍ଝାଲ ଜନଜାତିର ପାରମ୍ପରିକ କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ଏବଂ ବିକାଶ ଉପରେ ଆଲୋଚନା ହୋଇଥିଲା।

ଜନଜାତିର ମୌଖିକ ଓ ଲିଖିତ ସାହିତ୍ୟ ପରମ୍ପରାରେ ଥିବା କବିତା, ପ୍ରବନ୍ଧ, ଢଗଢମାଳି ଓ ଗଳ୍ପ ଆଦିକୁ ସଂଗ୍ରହ ଓ ସଂରକ୍ଷଣ କରିବା ସହ ଆଗାମୀ ପିଢ଼ିକୁ ନିଜ ଭାଷା ଓ ସଂସ୍କୃତି ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ସମେତ ଛତିଶଗଡ଼ ଓ ମହାରାଷ୍ଟ୍ରରୁ ବହୁ ବିଞ୍ଝାଲ ସମାଜର ପ୍ରତିନିଧି ଓ ସଦସ୍ୟ ଯୋଗଦେଇଥିଲେ। ଏଥିରେ ଉପଦେଷ୍ଠା ମୋତିଲାଲ ବରିହା, ହାଡୁ ବରିହା, ସୁଦର୍ଶନ ବରିହା,ତୁଳସୀ ବରିହା, ନୟନ ସିଂ ବରିହା, ହେମସାଗର ବିଂଝୱର୍, କୁମାର୍ ବରିହା, ବଂଶୀଲାଲ ବରିହା, କିଶୋରୀ ବିଂଝୱର, ଅମରଚନ୍ଦ୍ ଶାହାରେ , ସୁଶାନ୍ତ ବରିହା, ନାଦଳାଳ ବରିହା, ସଂମ୍ବିତ କୁମାର ମହଲିଂ, ଭଗବାନ ସିଂ ବରିହା, ବାବୁଲାଲ ବରିହା, ସତ୍ୟ ବରିହା, ଭୁବନେଶ୍ୱର୍ ବରିହା, ମିଡ଼ିଆ ପ୍ରଭାରୀ ବିଜୟ ବରିହା, ସୌଦାଗର ବରିହା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ରଘୁମଣି ବରିହା ଧନ୍ୟବାଦ ଅର୍ପଣ କରିଥିଲେ।





