ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ନୁଆପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅନ୍ୟା ଦାସ

ନୁଆପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅନ୍ୟା ଦାସ – ସମୀକ୍ଷା ଖବର

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ସମୀକ୍ଷା ନ୍ୟୁଜ:

ନୁଆପଡ଼ା: ୧୧।୧୦ ଜିଲ୍ଲା ପ୍ରଶାସନ ପାଇଁ ଜିଲ୍ଲାପାଳ ପଦ ଜିଲ୍ଳାର ସର୍ବାଙ୍ଗୀନ ବିକାଶ ପାଇଁ ରହିଛି। ଏହା ସହିତ ସମସ୍ତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଆଜି ନୂତନ ଭାବେ ଶ୍ରୀମତୀ ଅନ୍ୟା ଦାସ (ଆଇଏଏସ୍) ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଔପଚାରିକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସ୍ଵଚ୍ଛ ପ୍ରଶାସନ, ତ୍ବରିତ ସମସ୍ୟାର ସମାଧାନ, ବିଭିନ୍ନ ଯୋଜନାର ସମାଧାନ ଏବଂ ଲୋକ କଲ୍ୟାଣମୂଳକ ଯୋଜନା ର ସଫଳ କାର୍ଯ୍ୟାନ୍ଵୟନ ଉପରେ ରହିବ ତାଙ୍କ ର ସ୍ବତନ୍ତ୍ର ଦୃଷ୍ଟି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ଗ୍ରାମାଞ୍ଚଳ ର ସାମଗ୍ରିକ ବିକାଶ ହେବା ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ୍ ଆଶା ସଞ୍ଚାର ହୋଇଛି। ଆଜି ନୂଆପଡ଼ା ଜିଲ୍ଲା ପ୍ରଶାସନରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ନୂତନ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଦାୟିତ୍ଵ ଗ୍ରହଣ କରିବା ପରେ ଜିଲ୍ଲାର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଭବ୍ୟ ସ୍ଵାଗତ ଜଣାଇଛନ୍ତି। ଅନ୍ୟପକ୍ଷରେ,ପୂର୍ବତନ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାଧାରଣ ଓ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ (ଭୁବନେଶ୍ଵର) ଭାବେ ବଦଳି କରାଯାଇଛି। ଜିଲ୍ଲାରେ ସୁଶାସନ ଏବଂ ଜନସାଧାରଣଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂତନ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକାଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ ହେବ ବୋଲି ଆଶା କରାଯାଉଛି।ଅପରପକ୍ଷେ ଜିଲ୍ଲାରୁ ଆଗରୁ ଚାଲୁ ରହିଥିବା ସମସ୍ତ କାର୍ଯ୍ୟକ୍ରମ, ଯୋଜନା ନିରନ୍ତର ଚାଲୁ ରହିବ ବୋଲି ଜନସାଧାରଣ ଆଶା ପ୍ରକଟ କରିଛନ୍ତି।

ନୁଆପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅନ୍ୟା ଦାସ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଠକେଇ ଓ ମାରପିଟ୍ ଅଭିଯୋଗରେ ୩ ଗିରଫ: ନକଲି ସୁନା ଦେଖାଇ ଲୁଟିନେଲେ ୪୨ ହଜାର ଟଙ୍କା