ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି :୧୨/୧୦/୨୬
ମାଲକାନଗିରି ବଙ୍ଗାଳୀ ସମାଜ ତରଫରୁ କାଲିମେଳା ବ୍ଲକ ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ୍.ଭି. ୬୬ ଗ୍ରାମରେ ଭେଜାଙ୍ଗୀ୍ୱାଡା ଜୋନ କମିଟି ଗଠନ କରାଯାଇଛି, ଏହି ଅବସରରେ ମାଲକାନଗିରି ଜିଲ୍ଲା ବଙ୍ଗାଳି ସମାଜର ସଭାପତି ଗୌରାଙ୍ଗ କର୍ମକାର ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିବା ବେଳେ ଉପ ସଭାପତି ସୁନିଲ ବିଶ୍ୱାସ, ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ,କୋଷାଧ୍ୟକ୍ଷ ବିଦ୍ୟୁତ ବିଶ୍ୱାସ,ଶିବୁ ଗୋଲଦାର, କୋର କମିଟି ସଦଶ୍ୟ ସଞ୍ଜୟ ସରକାର, ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, ଆଇନ ଉପଦେଷ୍ଟା ବିଜୁ ସରକାର,ଭବାନୀ ଶଙ୍କର ମୁଖାର୍ଜୀ,ମାଧବ ସରକାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭେଦ ଭାବ ତ୍ୟାଗ କରି ସମସ୍ତଙ୍କ ସହ ଭାଇ ଚାରା ବଜାଇ ରଖି ଜିଲ୍ଲାର କିପାରି ଉନ୍ନତି ହୋଇ ପାରିବ ସେ ନେଇ ମଂଚାସୀନ ଅତିଥି ମନେ ମତ ପ୍ରକାଶ କରିଥିଲେ, ଜୋନ ସ୍ତରରେ କମିଟି ଗଠନ କରାଯାଇ ତୃଣମୂଳ ସ୍ତରରୁ ସଂଗଠକୁ ମଜବୁତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ, ଏହି ଅବସରରେ ଭେଜାଙ୍ଗୀ୍ୱାଡା ଜୋନ ସଭାପତି ଭାବେ କାଳୁ ମଣ୍ଡଳ, ସମ୍ପାଦକ ଅଶୋକ ମଣ୍ଡଳ,ଓ କୋଷାଧକ୍ଷ ଭାବେ ଗୋବିନ୍ଦ ମଣ୍ଡଳଙ୍କୁ ଚୟନ କରାଯାଇଥିଲା,ସମୁଦାୟ ୨୭ ଜଣ ସଦଶ୍ୟଙ୍କୁ ନେଇ ଜୋନ କମିଟି ଗଠନ କରାଯାଇଥିଲା ।






