ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ /ସମୀକ୍ଷା ନ୍ୟୁଜ:
୧୧ଅକ୍ଟୋବର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ରବିବାର ଦିନ ବରଗଡ ଜିଲ୍ଲା ନୁଆଖାଇରପାଲି ଗ୍ରାମମସ୍ତିତ କୋଶଳ ବିଦ୍ୟାଳୟରେ ବୋଇଂ ସୁକନ୍ୟା STEM ଲ୍ୟବରଉଦ୍ଘାଟନ କରିଛନ୍ତି ଶିକ୍ଷା, ବୈଜ୍ଞାନିକ ଚିନ୍ତାଧାରା ଓ ବୈଷୟିକନବସୁଜନ ମାଧ୍ୟମରେ ଗ୍ରାମାଚଂଲର ଛାତ୍ର ଛାତ୍ରୀ ଙ୍କୁ ସଶକ୍ତ କରିବା ଉପରେ ରାଜ୍ୟପାଳ ଗୁରୁତ୍ତପରୋପ କରିଛନ୍ତି ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଲ କହିଥିଲେ ଯେ ପ୍ରତିଭା କେବେଭି ପରିସ୍ଥିତିର ସୀମା ମଧ୍ୟରେ ଆବଦ୍ଧ ହୋଇ ରହିବା ଉଚିତ୍ ନୁହେଁ ପ୍ରତ୍ୟେକ ଛାତ୍ରୀଙ୍କୁ ନିଜର ଦକ୍ଷତା ଓ ସମଥ୍ୟାର ସର୍ବୋତ୍ତମ ଉ ଉପଯୋକ କରିବାର ସୁଯୋଗ ମିଳିବା ଆବଶ୍ୟକ

ଏହି ଅତ୍ୟାଧୁନିକ ସୁବିଧାଗୁଡ଼ିକ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଜିଜ୍ଞାସା, ଗବେଷଣା ଓ ନବସୁଜନର ମନୋଭାବ ବିକଶିତ କରିବା ସହ ବିଜ୍ଞାନ କ୍ଷେତ୍ରରେ ସେମାନଙ୍କ ସପ୍ନକୁ ସାକାର କରିବାର ସହାୟକ ହେବ ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଦୁରଦୂର୍ଶି ଅଧ୍ୟକ୍ଷ ସ୍ୱର୍ଗତ ଗନନ୍ନିମାନି ଆନନ୍ଦ ରାଓ ଙ୍କ ପ୍ରତି ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କୃଷକ ପରିବାର ରୁ ଆସି ଜଣେ ଉଦ୍ଦୋଗି ଭାବେ ପ୍ରତିଷ୍ଠା ଲାଭ କରିବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନ ପ୍ରେରଣାଦାୟକ ବୋଲି ସେ କହିଥିଲେ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ମାନ୍ୟବର ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ଭାଟଲି ବିଧାୟକ ଶ୍ରୀ। ଇରାସିସ ଆଚାର୍ଯ୍ୟ, ବରଗଡ ଜିଲ୍ଲାପାଲ ଆଦିତ୍ୟ ଗୋୟଲ, ବରଗଡ ଆରକ୍ଷୀ ଅଧିକ୍ଷକ ରବିନାରାୟଣ ଶତପଥୀ, ଵୋଇଂ ଇଣ୍ଡିଆର ସିଏସଆର୍ ମୁଖ୍ୟ ପ୍ରବିଣା ୱାଇ ଏବଂ ବିଦ୍ୟାଳୟ ଅଧ୍ୟକ୍ଷ ରବିନାରାୟଣ ବେହେରା ଉପସ୍ଥିତ ଥିଲେ
ଏହା ପୂର୍ବରୁ ମାନ୍ୟବର ରାଜ୍ୟପାଳ ଅତାବିରା ଠାରେ ଆୟଜିତ ୨୩ତମ କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ସାଂସ୍କୃତିକ ସଦବାଭ ପାରସ୍ପରିକ ସମ୍ମାନ ଏବଂ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ସୁଦୃଢ ସମର୍କରେ ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ ପ୍ରସ୍ତାବିତ ଶ୍ରୀ ଭେଙ୍କଟେଶ୍ୱର୍ ମନ୍ଦିର ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହା ଭବିଷ୍ୟତରେ ଭକ୍ତି, ସସ୍କୃତି, ଶିକ୍ଷା ଓ ସମାଜସେବାରେଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ ହୋଇପାରିବ ଯୁବପିଢି ନିଜର ତେଲଗୁ ଏଇତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ସହ ବୈଷୟିକ ଜ୍ଞାନ ଓ ନବସୁଜନ କୁ ଆପଣାଇବା ଉଚିତ୍ ବୋଲି ସେ କହିଥିଲେ ଶିକ୍ଷା, ଉଦ୍ୟୋଗ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅଧିକ ସହଯୋଗ ପାଇଁ ସେ ଆହ୍ବାନ ଜଣାଇଥିଲେ






