ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ହଜିଯାଇଥିବା ଜଣେ ୬୪ ବର୍ଷର ବୃଦ୍ଧ ଙ୍କୁ ନିଜ ଘର ଠିକଣାରେ ପହଞ୍ଚାଇବା ମାନବିକତା ର ପରିଚୟ ଦେଇଛନ୍ତି ରାଇଘର ଅଞ୍ଚଳର ଜଣେ ଯୁବକ ସୂଚନାଅନୁଯାଇ ରାଇଘର ଅଞ୍ଚଳର ବିଭିନ୍ନ ଗ୍ରାମରେ ଜଣେ ବୃଦ୍ଧ ବ୍ୟାକ୍ତି ବୁଲି ବୁଲି ରହୁଥିବା ବେଳେ ଗ୍ରାମର ଲୋକେ ଠିକଣା ପଚାରିଲେ ଉଦୟପୁର ବୋଲି କହୁଥିଲେ କିନ୍ତୁ ଆଉ କିଛି କହି ପାରୁନଥିଲେ ନିଜ ନାମ ମଧ୍ୟ କହି ପାରୁନଥିଲେ ଗତକାଲି ରାତିରେ ବୃଦ୍ଧ ଜଣକ ଭାରଶୁଣ୍ଡି କଲୋନୀ ଗ୍ରାମଠାରେ ଜଣଙ୍କ ଘର ସମ୍ମୁଖରେ ବସିରହିଥିଲେ ବହୁତ ରାତି ପର୍ଯ୍ୟନ୍ତ ବସିବା ଦେଖି ସେହି ଗ୍ରାମର ସୁବଲାଲ ସାନ୍ତା ଙ୍କ ୨୯ ବର୍ଷୀୟ ପୁଅ ସୁଶୀଲ ସାନ୍ତା ସେହି ବୃଦ୍ଧଙ୍କ ପାଖେ ଯାଇ ନାମ ସହ ଠିକଣା ପଚାରିଥିଲେ ବୁଦ୍ଧି ଜଣକ ନିଜ ଗ୍ରାମ ଉଦୟପୁର ବୋଲି କହିଥିଲେ ଏହାଶୁଣି ସୁଶୀଲ ରାଇଘର ବ୍ଲକ ଜଳଙ୍ଗପାରା ପଂଚାୟତର ଉଦୟପୁର ଗ୍ରାମକୁ ଯୋଗାଯୋଗ କରିଥିଲେ କିନ୍ତୁ ରାଇଘର ଉଦୟପୁର ଲୋକନୁହଁ ବୋଲି ଜାଣିବା ପରେ କଳାହାଣ୍ଡି ଟିଟଲଗଡ଼ ରେ ଉଦୟପୁର ବୋଲି ଗୋଟିଏ ଗ୍ରାମଅଛି ସେଇଠି ଯୋଗଯୋଗ କରିବା ପରେ ଜାଣିବାକୁ ପାଇଲେ ଯେ ବୃଦ୍ଧଙ୍କ ନାମ ନୃପ ନାଗ ବୟସ ୬୪ ବର୍ଷ ଗ୍ରାମ ଟିଟିଲାଗଡ଼ ର ଉଦୟପୁର ଗ୍ରାମର ପରେ ସୁଶୀଲ ତାଙ୍କ ପରିବାର ଙ୍କ ସହ ଯୋଗାଯୋଗ କରି ରାଇଘର ଭାରଶୁଣ୍ଡି କଲୋନୀ କୁ ଡାକି ବୃଦ୍ଧ ନୃପ ନାଗ ଙ୍କୁ ପରିବାରକୁ ହସ୍ତାନ୍ତର କରିଥିଲେ






