ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଅସୁରାଳିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଅସୁରାଳିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର – ସମୀକ୍ଷା ଖବର

ଭଦ୍ରକ/ ସମୀକ୍ଷା ନ୍ୟୁଜ:

ଧାମନଗର 13/10/ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପାଞ୍ଚଟି ବିଭାଗର ଅଭିଜ୍ଞ ଡାକ୍ତରୀ ଦଳ ଯୋଗଦେଇ ଭିନ୍ନକ୍ଷମଙ୍କ ପଞ୍ଜିକରଣ ସହ ଡାକ୍ତରୀ ପରୀକ୍ଷା କରିଥିଲେ।ଶିବିରରେ ଶିଶୁ ବିଭାଗରେ ୩୫ ଜଣ, ଚକ୍ଷୁ ବିଭାଗରେ ୮୩ ଜଣ, ଚଳନଜନିତ ଭିନ୍ନକ୍ଷମ ବିଭାଗରେ ୨୦୫ ଜଣ, ଶ୍ରବଣଜନିତ ଭିନ୍ନକ୍ଷମ ବିଭାଗରେ ୬୧ ଜଣ ଏବଂ ବୌଦ୍ଧିକ ଭିନ୍ନକ୍ଷମ ବିଭାଗରେ ୬୫ ଜଣଙ୍କ ପଞ୍ଜିକରଣ ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହିପରି ମୋଟ ୪୪୯ ଜଣଙ୍କ ପଞ୍ଜିକରଣ ଓ ଡାକ୍ତରୀ ପରୀକ୍ଷା ହୋଇଥିବା ଜଣାପଡ଼ିଛି।ଏହି ଅବସରରେ ପୂର୍ବରୁ ଆବେଦନ କରିଥିବା ଜଣେ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଏସ୍‌ଏସ୍‌ଓ ଯଶୋଦା ସାହୁଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବହୁ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଧାମନଗର ବିଡିଓ ବନବିହାରୀ ଧିନ୍ଦା ଓ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ମଧ୍ୟ ଶିବିରରେ ଯୋଗଦେଇଥିଲେ। ଶିବିରର ଆୟୋଜନରେ ଅସୁରାଳି ସରପଞ୍ଚ ମିନତୀ ସାହୁ ଓ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଅସୁରାଳିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧାମନଗରରେ ଡୋର୍-ଟୁ-ଡୋର୍ ସର୍ଭେ ତାଲିମ କାର୍ଯ୍ୟକ୍ରମ