ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୁରିବାହାଲ: ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ୧୪/୧୦/୨୬

ବଲାଙ୍ଗିର ଜିଲ୍ଲା ମୁରିବାହାଲ -ଟିଟିଲାଗଡ଼ ରେଳ ଷ୍ଟେସନର ପୂର୍ବରେ ଥିବା ଡଙ୍ଗରପଡ଼ା ଗାଁ ସାଗର ନିକଟରେ ରେଳ ଧାରଣା କଡ଼ରୁ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରାକ୍ ଉପରେ ଶରୀରର ଗଣ୍ଡି ଓ ବାହାରେ ମୁଣ୍ଡର ଖପୁରୀ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହାଫ ପ୍ୟାଣ୍ଟ ଓ ଲାଲ ଟି-ସର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୮ଟା ୩୦ ସମୟରେ ଟିଟିଲାଗଡ଼ ପଟରୁ ମୁରିବାହାଲ ଆସୁଥିବା ଇଣ୍ଟରସିଟି ଏକ୍ସପ୍ରେସ ଡଙ୍ଗରପଡ଼ା ସାଗର ପୁଲିଆରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ବେଳେ ଜଣେ ଯୁବକ ରେଳ ଲାଇନ୍ ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ଟ୍ରେନର ଡ୍ରାଇଭର ମୁରିବାହାଲ ଷ୍ଟେସନରେ ସୂଚନା ଦେଇଥିଲେ।

ମୁରିବାହାଲ: ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ – ସମୀକ୍ଷା

ଖବର ପାଇ ଟିଟିଲାଗଡ଼ ଜିଆରପି ଏବଂ କଣ୍ଟାବାଞ୍ଜି ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼କୁ ନେଇଥିଲେ। ମୃତଦେହ ନିକଟରେ ଏକ ହେଡଫୋନ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ହେଡଫୋନ ଲଗାଇ ରେଳ ଲାଇନ୍ ପାର ହେଉଥିବା ସମୟରେ ଟ୍ରେନର ଶବ୍ଦ ଶୁଣିପାରି ନଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ମୃତ ଯୁବକ ଜଣକ ଏହି ଆଖପାଖ ଅଞ୍ଚଳର ହୋଇଥିବେ ବୋଲି ସ୍ଥାନୀୟ ଲୋକେ କୁହାକୁହି ହେଉଛନ୍ତି। ଖବର ସଂଗ୍ରହ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲ ରେଞ୍ଜରେ ପୁଣି ଅଘଟଣ : ଚାଷ କୂଅରୁ ମାଈ ହାତୀ ସୁରକ୍ଷିତ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ଗାର୍ଡ