ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ମାଲକାନଗିରି ଗଞ୍ଜାମ ଖୋର୍ଦ୍ଧା

ଦଶହରା କପ ଫୁଟବଲ: ଲଚିଦାକୁ ୫-୩ ଗୋଲରେ ହରାଇ ଗର୍ଭଣା ବିଜୟୀ

ଦଶହରା କପ ଫୁଟବଲ: ଲଚିଦାକୁ ୫-୩ ଗୋଲରେ ହରାଇ ଗର୍ଭଣା ବିଜୟୀ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ସୋହେଲା,୧୩/୧୦ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହେଉଥିବା ଶାରଦୀୟ କ୍ରୀଡା ପ୍ରତିଯୋଗିତାରେ ଆଜି ଦଶରା କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି। ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ରେ ଆଜି ଗର୍ଭଣା ଏବଂ ଲଚିଦା ଏବଂ ଗର୍ଭଣା ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଗର୍ଭଣା ଦଳ ଲଚିଦା କୁ ୫-୩ ଗୋଲ ଟାଇବ୍ରେକର ରେ ପରାସ୍ତ କରି ସେମିଫାଇନାଳ ପ୍ରବେଶ କରିଛି । ଆଜିର ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଗୋଲ ଶୂନ୍ୟ ରହିଥିବା ବେଳେ ଦ୍ଵିତୀୟାର୍ଦ୍ଧ ଖେଳରେ ଗର୍ଭଣା ଦଳର ବିକି ଦଳ ପାଇଁ ପ୍ରଥମ ଗୋଲ କରିଥିଲେ ଏହାର କିଛି ସମୟ ପରେ ଲଚିଦା ଆକ୍ରମଣ କରି ଦଳରକବିର ଗୋଲ ପରିଶୋଧ କରିଥିଲେ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଉ ଗୋଲ ନ ହେବାରୁ ଟାଇବ୍ରେକର ଅନୁଷ୍ଠିତ ହୋଇଥିଲା ଏଥିରେ ଗର୍ଭଣା ଦଳ ୫-୩ ଗୋଲରେ ବିଜୟୀ ହୋଇ ଥିଲା । ଆଜିର ମ୍ୟାଚ ପୂର୍ବରୁ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁଦୁର୍ଗା ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଉଭୟ ଦଳର ଖେଳାଳି ଓ ରେଫରି ଙ୍କ ସହ ହାତମିଳାଇ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚ କୁ ଫାଓ ରେଫରି ଅନୀଲ ବାଗ, ଅଶ୍ୱିନୀ ମେହେର, ଜିତେଶ ପଧାନ ଓ ତ୍ରିନାଥ ଭୋଇ ପରିଚାଳନା କରିଥିବା ବେଳେ ଅରୁଣ ଗଡତିଆ ମ୍ୟାଚ କମିଶନର ଦାୟିତ୍ୱରେ ରହିଥିଲେ। ଲଚିଦା ଦଳର କବିର ଆଜିର ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଗର୍ଭଣା ଦଳର ବିକି ଶ୍ରେଷ୍ଠ ଗୋଲ ପାଇଁ ୧ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରା ଯାଇଥିଲା। ଆସନ୍ତା କାଲି ପ୍ରତିଯୋଗିତା ର ଦ୍ଵିତୀୟ ଦିନରେ କାଇଁଶିର ଏବଂ ବରଗଡ଼ ଡ୍ରିମ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ଦଶହରା କପ ଫୁଟବଲ: ଲଚିଦାକୁ ୫-୩ ଗୋଲରେ ହରାଇ ଗର୍ଭଣା ବିଜୟୀ – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସଂଯୁକ୍ତ କୃଷକ ସଙ୍ଗଠନର ଗାଁ ଚାଲ ଅଭିଯାନ