ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗୁତିଘାଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ:ସୁରଭି-୨୦୨୬ ଅନୁଷ୍ଠିତ

ଗୁତିଘାଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ:ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ୧୪/୧୦/୨୬

ମୁରିବାହାଲ ବ୍ଲକ ଗୁତିଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୁତିଘାଟ ସିଆରସିସି ଲକ୍ଷ୍ମୀକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବେ ଗୁତିଘାଟ ସରପଞ୍ଚ ରଶ୍ମିତା ବାଗ ଯୋଗଦେଇ ପୂଜାର୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ୱାର୍ଡ ଏସଏମସି ସଭାପତି ଉଗ୍ରସେନ ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁତିଘାଟ ପ୍ରଧାନ ଶିକ୍ଷକ ଭଗତ ନାଗ, ୟୁପିଏସ ପଙ୍ଗନିଆ ପ୍ରଧାନ ଶିକ୍ଷକ ତରୁଣ ସିଂ ଦୀପ, ସମାଜସେବୀ ମକୁନ୍ଦ ବଗର୍ତ୍ତୀ ଓ ପୂର୍ବତନ ସରପଞ୍ଚ ନରେନ୍ଦ୍ର ସିଂ ମାଝୀ ଯୋଗଦେଇଥିଲେ।

ଗୁତିଘାଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ:ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସମାଜସେବୀ ତଥା ସାମ୍ବାଦିକ ଗିରିଧାରୀ ସାହୁ, ଏମଏଲଏ ହାଇସ୍କୁଲ ଗୁତିଘାଟ ପ୍ରଧାନ ଶିକ୍ଷକ କିଶୋର ନାଏକ, ସମାଜସେବୀ ଦେବବ୍ରତ ବିଶି ଓ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶେଷଦେବ ଷା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ଶିକ୍ଷକ ଅଶୋକ ଚନ୍ଦ୍ର ସାହୁ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରଜ୍ଞା ପରିଣିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। ଗୁତିଘାଟ କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରତିଯୋଗୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉତ୍ସବରେ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର 30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର