ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଏକ ଶୁଭ ସଙ୍କେତ: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ଦ୍ୱାରା ସ୍ୱଚ୍ଛତା ଓ ବିକାଶ ପାଇଁ ବାଇକ୍‌ରେ ସହର ପରିକ୍ରମା

ଏକ ଶୁଭ ସଙ୍କେତ: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ଦ୍ୱାରା ସ୍ୱଚ୍ଛତା ଓ ବିକାଶ ପାଇଁ ବାଇକ୍‌ରେ ସହର ପରିକ୍ରମା – ସମୀକ୍ଷା ଖବର

ପୁଳକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍/​ତାଳଚେର, ଅନୁଗୋଳ 23/8: ଆଜି ତାଳଚେର ପୌରପାଳିକାର ଅଧ୍ୟକ୍ଷ (ନଗରପାଳ) ଶ୍ରୀ ପବିତ୍ର ଭୂତିଆ ନିଜର ୱାର୍ଡ ମେମ୍ବର ତଥା ପୌର କର୍ମଚାରୀମାନଙ୍କୁ ସାଥିରେ ନେଇ ମୋଟରସାଇକେଲ୍ ଯୋଗେ ସମଗ୍ର ସହର ପରିକ୍ରମା କରିଛନ୍ତି। ଏହି ଗସ୍ତ ସମୟରେ ସେ ସହରର ସ୍ୱଚ୍ଛତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ତାଳଚେରର ସାମଗ୍ରିକ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏକ ଶୁଭ ସଙ୍କେତ: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ଦ୍ୱାରା ସ୍ୱଚ୍ଛତା ଓ ବିକାଶ ପାଇଁ ବାଇକ୍‌ରେ ସହର ପରିକ୍ରମା – ସମୀକ୍ଷା


​ମୋଟରସାଇକେଲ୍‌ରେ ଗଳିକନ୍ଦି ବୁଲି ପ୍ରତ୍ୟେକ ଅଞ୍ଚଳର ସ୍ଥିତି ପରଖିବା ତାଳଚେର ସହର ପାଇଁ ଏକ ଅତ୍ୟନ୍ତ ସକାରାତ୍ମକ ତଥା ଉତ୍ତମ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଯଦି ଏହିପରି ପ୍ରୟାସ ଜାରି ରହେ, ତେବେ ତାଳଚେରର ଅଟକି ରହିଥିବା ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ମୂଳକ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହୋଇପାରିବ। ବିଶେଷ କରି ତାଳଚେରରେ ଏକ ଭଲ ପାର୍କ ବା ଉପଯୁକ୍ତ ମନୋରଞ୍ଜନ ବ୍ୟବସ୍ଥାର ଯେଉଁ ଅଭାବ ରହିଛି, ତାହା ମଧ୍ୟ ଏହି ପ୍ରୟାସ ଦ୍ୱାରା ଶୀଘ୍ର ପୂରଣ ହେବା ସହ ତାଳଚେର ଏକ ନୂଆ ରୂପ ପାଇବ ବୋଲି ଆଶା ପ୍ରକାଶ ପାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ :ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସମୀକ୍ଷା