ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି

ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ୧୪/୧୦

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକଶିକ୍ଷା ମଣ୍ଡଳରେ ବିଭିନ୍ନ କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଭୀମପଡା କ୍ଲଷ୍ଟର ରେ ସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ମୁସ୍ତାକ ଅଲ୍ଲୀ ଙ୍କ ଆବାହକତ୍ୱରେ ୧୨ଟି ବିଦ୍ୟାଳୟ ର ପ୍ରାୟ ୧୭୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ. ବକ୍ତୃତା, ଚିତ୍ରାଙ୍କନ ସୃଜନ ଲିଖନ ସଂଗୀତ ଓ ନୃତ୍ୟ ଆଦି ୧୨ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା. ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ଭଟ୍ଟ ପୂର୍ବାହ୍ନରେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ. ଅପରାହ୍ନ ରେ ଏବିଇଓ କୈଳାସ ନାଥ ସ୍ୱାଇଁ ପ୍ରଧାନ ଶିକ୍ଷକ ଭିକାରୀ ପୁଷ୍ଟି ରବୀନ୍ଦ୍ର ବେହେରା, ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସୁରଭି ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ର ଏକ ପ୍ଲାଟଫର୍ମ ବୋଲି ପ୍ରକାଶ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁବାଳା ମନ୍ତ୍ରୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ତ୍ରିନାଥ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ. ଏହି ଅବସରରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାନାମ୍ବର ଷଢଙ୍ଗୀ ଙ୍କୁ ସୁରଭି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା. ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କମିଟି ସଭ୍ୟ ସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ. ପରିଶେଷରେ ଶିକ୍ଷକ ଭକ୍ତ ଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ.

ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାର୍ବଣ ସମୟରେ ଭାରି ପଡୁଛି ଟ୍ୱିନସିଟିର ଟ୍ରାଫିକ କଷ୍ଟ