ଢେଙ୍କାନାଳ ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟରେ 3 ଶ୍ରମିକ ମୃତ ଓ ଅନେକ ଆହାତ

ଯଶୋବନ୍ତ ରଣଜିତ୍ ରାୟ, ସୁଶାନ୍ତ ପ୍ରଧାନ//ସ୍ବତନ୍ତ୍ର ପ୍ରତିନିଧି//ସମୀକ୍ଷା ନିୟୁଜ୍
ଢେଙ୍କାନାଳ, ୨୪/୦୬/୨୦୨୪: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କାରଖାନାର ରେ ଦୁର୍ଘଟଣାରେ ଦୁଇଜଣ ଶ୍ରମିକ ମୃତ ଓ ତିନିଜଣ ଶ୍ରମିକ ଗୁରୁତର ଆହାତ ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳର ପ୍ରଥମ ସିଫ୍ଟ ରେ କାର୍ଯ୍ୟରତ ଥିବା ୯ ନମ୍ବର କିଲନ୍ ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଘଟଣା ର ଖବର ପ୍ରସାରିତ ହେବା ମାତ୍ରେ ମୁଖ୍ୟ ଫାଟକରେ ଉତେଜନା ବଢୁଥିବା ଯୋଗୁଁ ବ୍ୟାପକ ପୋଲିସ୍ ମୃତୟନ ହୋଇଥିବା ଦେଖିବାକୁ ମିଳିଛି। ରୁଙ୍ଗଟା ଇସ୍ପାତ କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଅଣ କୁଶଳୀ, ଶ୍ରମିକ ଓ ବେପରୁଆ ପରିଚାଳନା ତୃଟି ପାଇଁ ଘଟଣା ମୁଳ କାରଣ ହୋଇଥାଇ ପାରେ ବୋଲି ଲୋକମାନଙ୍କ ମତ ଏହାର ନିରପେକ୍ଷ ତଦନ୍ତ କରି ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ସମେତ ଆଗାମୀ ଦିନରେ ଏହି ଘଟଣାର ପୁନରାବୃତ୍ତି ନହେବାକୁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଥିବା ପ୍ରକାଶ।। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି

Leave a Reply

Your email address will not be published. Required fields are marked *