
ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ: ଶ୍ରାବଣ ମାସ ଶେଷ ସୋମବାର ଅବସରରେ କନ୍ଧମାଳ ଜୀଲ୍ଲାର ବାଲିଗୁଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଶୈବ ପୀଠରେ ବୋଲ ବମ ଭକ୍ତଙ୍କ ବିପୁଳ ସମାଗମ ହେବାର ଦେଖିବାକୁ ମିଳିଛି ।ଭୋରୁ ଭୋରୁ ଭକ୍ତମାନେ ପବିତ୍ର ଜଳଭାର ଧରି ଶୈବପୀଠ ଅଭିମୁଖେଯାତ୍ରା କରିଥିଲେ । ଶ୍ରଦ୍ଧାକୁଳ ବୋଲବମ ଓ ହରହର ମହାଦେବ ଧିନିରେ ବିଭିନ୍ନ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ବିଶେଷ କରି କାଉଡ଼ିଆ ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି ବିଭିନ୍ନ ସ୍ଥାନରେ ନଦୀ ଘାଟରେ ପହଞ୍ଚି ଶୈବପୀଠରେ ପହଞ୍ଚି ଶିବଲିଙ୍ଗରେ ଜଳାଭିଶେକ କରିଥିଲେ । ମନ୍ଦିର ଗୁଡିକରେ ସକାଳୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଅଭିଶେକ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା । ଭକ୍ତମାନେ ବିଭିନ୍ନ ଧାଡ଼ିରେ ଠିଆ ହୋଇ ମହାଦେବଙ୍କ ଦର୍ଶନ କରିବା ସହ ପରିବାରରେ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନିକ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାନୀୟ ଜଳ, ପ୍ରସାଦ, ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇ ଅଛି ।

ପ୍ରଶାସନିକ ପକ୍ଷରୁ ମନ୍ଦିର ଭିଡ଼ ଗୁଡ଼ିକରେ ପୋଲିସର ବ୍ୟବସ୍ଥା ଯାତାୟତା ଓ ଭିଡ଼ ନିୟନ୍ତ୍ରଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ବାଲିଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳର ଶିବ ମନ୍ଦିର, ରାମେଶ୍ଵର ମନ୍ଦିର, ଧବଳେଶ୍ଵର ମନ୍ଦିର, ପ୍ରସିଦ୍ଧ ଜାଲେସ୍ପାଟର ଜଳେଶ୍ଵର ମନ୍ଦିର, ଚକାପାଦୁର ବିରୁପକ୍ଷ ମନ୍ଦିର, ପଞ୍ଚଲିଙ୍ଗଶ୍ଵର ମନ୍ଦିର ବିଭିନ୍ନ ଶୈବପୀଠରେ ଭକ୍ତମାନେ ଜଳାଭିଶେକ କରିଥିଲେ । କନ୍ଧମାଳରେ ସବୁ ଅଞ୍ଚଳରେ ପାଣିପାଗର ଝିପିଝିପି ବର୍ଷା ହୋଇଥିଲେ ମଧ୍ୟ ରାସ୍ତାଘାଟ ପଦଯାତ୍ରା ମନ୍ଦିରରେ ଭିଡ଼ ଅଧିକ ମାତ୍ରରେ ଦେଖିବାକୁ ମିଳିଥିଲା, ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ ସାଜସାଜା ଦେଖିବାକୁ ମିଳିବା ସହ ଭକ୍ତଙ୍କ ଆନନ୍ଦ, ଉତ୍ସାହ ହୋଇ ଚଳଚଞ୍ଚଳ ହୋଇଉଠିଥିଲା । ଭକ୍ତି, ଶ୍ରଦ୍ଧା ଓ ଆତ୍ମିକ ପରିଶେଷରେ ଶ୍ରାବଣ ମାସର ଶେଷ ସୋମବାର ପାଳନ ହୋଇଥିଲା।


Total Users : 3680