ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ

ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ଝାରବନ୍ଧ: ୧୪।୧୦ (ସମିସ) ବିଦ୍ୟାଳୟ ପଡ଼ିଆରେ ଖେଳାଳିଙ୍କ ଉତ୍ସାହ, ଦଳଗତ ସମନ୍ୱୟ ଓ ବିଜୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା। ଏଭଳି କ୍ରୀଡ଼ାମୟ ପରିବେଶ ମଧ୍ୟରେ ଝାରବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ବରଗଡ଼ ଜିଲ୍ଲାସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା କବାଡ଼ି ଚାମ୍ପିୟନସିପ୍‌-୨୦୨୬। ଜିଲ୍ଲାର ସମସ୍ତ ବ୍ଲକରୁ ଦଳଗୁଡ଼ିକ ଏଥିରେ ସାମିଲ ହୋଇଥିବାରୁ ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଝାରବନ୍ଧ ତହସିଲଦାର ଅଲେଖ ଘୁଟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନସିପ୍‌ର ଶୁଭାରମ୍ଭ କରିଥିଲେ।

ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା

ଅନ୍ୟତମ ଅତିଥି ଭାବେ ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ବରଗଡ଼ ଡିପିଇଓ ଜ୍ୟୋତିଷ ଚନ୍ଦ୍ର ପ୍ରଧାନ, ଛୋଟଅନକି ଗ୍ରାମପଞ୍ଚାୟତ ସମିତି ସଭ୍ୟ ସତ୍ୟମ ପ୍ରଧାନ, ବଳିଢିପା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରଧାନ, ଝାରବନ୍ଧ ଏବିଇଓ ଦୟାନିଧି କୈବର୍ତ୍ତ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର କୁମାର ଦୀପ ଉପସ୍ଥିତ ଥିଲେ। ପାଠପଢ଼ା ସହ କ୍ରୀଡ଼ାରେ ଦକ୍ଷତା ହାସଲ କରିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ। କବାଡ଼ି ଭଳି ଖେଳ ଶାରୀରିକ ସକ୍ଷମତା ସହ ଉପସ୍ଥିତ ବୁଦ୍ଧି, ଧୈର୍ଯ୍ୟ, ଶୃଙ୍ଖଳା ଓ ଦଳଗତ ଭାବନାର ବିକାଶ କରିଥାଏ। ଜିଲ୍ଲାସ୍ତରୀୟ ଆୟୋଜନ ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତିଭାବାନ ଖେଳାଳିମାନେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ପାଇପାରିବେ ବୋଲି ଅତିଥିମାନେ ମତ ରଖିଥିଲେ। ଶିକ୍ଷକ ଟିକେଶ୍ୱର ପଟେଲ ଓ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସ୍ୱାଇଁ ସଭା ପରିଚାଳନା କରିଥିଲେ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ ବରପାଲି ଓ ଝାରବନ୍ଧ ଦଳ ମଧ୍ୟରେ ଖେଳାଯାଇଥିଲା। ଏହାପରେ ବିଭିନ୍ନ ଦଳ ମଧ୍ୟରେ ପର୍ଯ୍ୟାୟକ୍ରମେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।
ଚାମ୍ପିୟନସିପ୍‌ର ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାକାଲି ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହା ପରେ ବିଭିନ୍ନ ଦଳର ପ୍ରଦର୍ଶନ ଓ ଖେଳାଳିଙ୍କ ଦକ୍ଷତାର ଚୂଡ଼ାନ୍ତ ଚିତ୍ର ସ୍ପଷ୍ଟ ହେବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ