Headlines

ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରେ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୫/୦୮/୨୬: ଗତ କାଲି ରାତିରେ ମାଲକାନଗିରି ଜିଲ୍ଲା ର ବାଲିମେଳା ରୁ ଚିତ୍ରକୋଣ୍ଡା ଅଂଚଳ କୁ ଯୋଗାଯୋଗ କରୁଥବା ଘାଟି ରାସ୍ତା ରେ ୫ ଫୁଟ ଲମ୍ବର ଏକ କୁମ୍ଭୀର ଥିବା ସୂଚନା ପାଇ ବନବିଭାଗ ର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ କୁମ୍ଭୀରଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।କିଛିଦିନ ତଳେ ଗାଁ ବନ୍ଧରୁ କୁମ୍ଭୀରଟିଏ ଉଦ୍ଧାର କରାଯାଇଥିଲା ଏବେ ରାସ୍ତା ଉପରୁ ପ୍ରବଳ ବର୍ଷା ଯୋଗୁ କୁମ୍ଭୀର ଆଖ ପାଖ ନଦୀରୁ ଆସୁଥିବା ଜଣାପଡିଛି।ଉଦ୍ଧାର କୁମ୍ଭୀରଟି ବର୍ତ୍ତମାନ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଏବଂ କୁମ୍ଭୀରଟିର ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପରେ ଏହାକୁ ପ୍ରାକୃତିକ ବାସସ୍ଥାନରେ ଛାଡି ଦିଆଯିବ।

Leave a Reply

Your email address will not be published. Required fields are marked *