ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ

ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୬/୧୦/୨୬ – ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, (ଏମପିସି) ବାରିପଦାର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ଜୋର ରହିଛି । ବିସିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଥିବା ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀମାନେ ବିଭିନ୍ନ ପଦରେ ବିଜୟୀ ହେବା ନିର୍ବାଚନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କଲେଜର ୧୫ଟି ପଦ ପାଇଁ ଅନୁଷ୍ଠିତ ପ୍ରତିଦ୍ୱନ୍ଦ୍ୱିତାର ଫଳାଫଳ ଘୋଷଣା ସମସ୍ତଙ୍କୁ ଚମକାଇ ଦେଇଛି । ୮ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଘୋଷିତ ଫଳାଫଳ ଅନୁଯାୟୀ, ଛାତ୍ର ସଂସଦର ସଭାପତି ଭାବେ ସ୍ୱାଧୀନ ପ୍ରାର୍ଥୀ ଅଞ୍ଜନ ସୋରେନ, ଉପସଭାପତି ଭାବେ ଜଗଦୀଶ କିସ୍କୁ, ସମ୍ପାଦକ ଭାବେ ପ୍ରଭାସ କୁମାର ମାରାଣ୍ଡି, ସହସମ୍ପାଦକ ଭାବେ ରଘୁନାଥ ବାସ୍କେ ନିର୍ବାଚିତ ହୋଇଛନ୍ତି ।

ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ – ସମୀକ୍ଷା


ସେହିପରି କଳା ବିଭାଗର ସମ୍ପାଦକ ଭାବେ ସସ୍ମିତା ସୋରେନ, ସହସମ୍ପାଦକ ଭାବେ ଜଗଜୀବନ ମୁର୍ମୁ, ବାଣିଜ୍ୟ ବିଭାଗର ସମ୍ପାଦକ ଭାବେ ଅମନ କୁମାର ସାହୁ, ନାଟ୍ୟ ସଂସଦର ସମ୍ପାଦକ ଭାବେ ବିକ୍ରମ ମାରାଣ୍ଡି, ସହସମ୍ପାଦକ ଭାବେ ବାସନ୍ତି ମାରାଣ୍ଡି ବିଜୟୀ ହୋଇଛନ୍ତି । ଓଡ଼ିଆ ସାହିତ୍ୟ ସମାଜର ସମ୍ପାଦକ ଭାବେ ଭାଗ୍ୟଜ୍ୟୋତି ଟୁଡୁ, ଫିଜିକାଲ ଏଜୁକେସନ ଆସୋସିଏସନର ସମ୍ପାଦକ ଭାବେ ଦୀପୁ ସିଂ, ଯୁଗ୍ମ ସମ୍ପାଦକ ଭାବେ ବଞ୍ଜୁ ହେମ୍ବ୍ରମ, ବିଜ୍ଞାନ ସୋସାଇଟିର ସମ୍ପାଦକ ଭାବେ ରବିନାରାୟଣ ପଣ୍ଡା, ସହସମ୍ପାଦକ ଭାବେ ସୁବାଶିସ କୁମାର ମହାନ୍ତ ଏବଂ ଏସଏସଜିର ସମ୍ପାଦକ ଭାବେ ରାମଦାସ କିସ୍କୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ତେବେ ମୟୁରଭଞ୍ଜ ଜିଲ୍ଲାର ଏକ ପ୍ରମୁଖ ତଥା ଐତିହ୍ୟସମ୍ପନ୍ନ ଶିକ୍ଷାନୁଷ୍ଠାନରେ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ଗୁଡ଼ିକର ବ୍ୟାପକ ପ୍ରଚାର ସତ୍ୱେ ସ୍ୱାଧୀନ ପ୍ରାର୍ଥୀଙ୍କ ସଫଳତା ଜିଲ୍ଲା ଛାତ୍ର ରାଜନୀତିର ନୂଆ ସମୀକରଣକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଫଳାଫଳ ଛାତ୍ରଛାତ୍ରୀଙ୍କ ମତାମତ ଓ ପସନ୍ଦକୁ ପ୍ରତିଫଳିତ କରୁଥିବା ସହ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ତଥା ଆଜି ଶପଥପାଠ ପରେ ଛାତ୍ରଛାତ୍ରୀ ସମୂହ ଉତ୍ଫୁଲିତ ହୋଇ ଖୁସି ମନାଉଥିବା ଦେଖାଯାଇଛି ଓ ଅନ୍ୟାନ୍ୟ କଲେଜ ଗୁଡିକରେ ମଧ୍ୟ ଶପଥ ଦିବସ ପାଳିତ ହୋଇଥିବା ସହ କେତେକ ସ୍ଥାନରେ ବିଜୟ ଉତ୍ସବ ପାଳିତ ହେଉଥିବା ଦେଖାଯାଇଛି । ତେବେ ୮ବର୍ଷ ପରେ ଚଳିତ କଲେଜ ନିର୍ବାଚନ ରାଜନୈତିକ ପ୍ରେମୀଙ୍କୁ ଉତ୍ସାହିତ କରିଥିବା ସମୟରେ କେତେକ କଲେଜରେ ବିଶୃଙ୍ଖଳିତ ଓ ଗଣ୍ଡଗୋଳ ପରିସ୍ଥିତି ନେଇ ଅବିଭାବକ ମହଲରେ ନାପସନ୍ଦ କରୁଥିବା ଚର୍ଚ୍ଚା ଶୁଣିବାକୁ ମିଳୁଛି ।

ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ