ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 16/10/26 (ନି. ପ୍ର ): ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦା ମହାବିଦ୍ୟାଳୟର ଛାତ୍ର ସଂସଦ ର ନବନିର୍ବାଚିତ ଛାତ୍ର ନେତା ମାନଙ୍କର ଶପଥ ପାଠ ହୋଇଯାଇଛି |ମହାବିଦ୍ୟାଳୟର ଅଧକ୍ଷ ଡ଼ ଖିରୋଦ ପ୍ରସାଦ ନାୟକ ନିର୍ବାଚିତ ଛାତ୍ର ନେତାଙ୍କର ଶପଥ ପାଠ କରାଇଥିଲେ | ଶପଥ ନେଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ରୁଦ୍ର ନାରାୟଣ ଦାସ, ଅଭିଷେକ ବିଶ୍ୱାଳ, ସ୍ମୃତି ରେଖା ଜେନା, ଅଭିଜିତ ଜେନା, ବିଶାଳ ଗୋଛାୟତ, ଗୋରେଖନାଥ ଲେଙ୍କା, ଦୁର୍ଗା ପ୍ରସାଦ ପାଢ଼ୀ, ଓମ ପ୍ରକାଶ ଦାସ, ଆଶୁତୋଷ ବାରିକ, ରାଣୁବାଳା ସ୍ୱାଇଁ, ରଶ୍ମି ରଞ୍ଜନ ସାହୁ ଓ ଲିପ୍ସା ନାୟକ| ଏହି ଅବସରରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ସହକର୍ମଚାରୀ, ପତ୍ରକାର ତଥା ପରିଚାଳନା କମିଟି ର ସଭ୍ୟ ସବୁ ଉପସ୍ଥିତ ଥିଲେ |






