Headlines

ଭୁବନେଶ୍ୱର:ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୧୭ ତମ ଶ୍ରାଦ୍ଧ ଦିବସ ପାଳିତ

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର,୨୫/୦୮/୨୬: ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତି ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜଣକ ଭାବେ ପରିଚିତ।ତାଙ୍କ ଦ୍ୱାରା ନିର୍ମିତ ଶୈଳବାଳା ମହାବିଦ୍ୟାଳୟରେ ୧୯୫୭ ମସିହାରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଓଡ଼ିଶାର ପ୍ରଥମ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି।ଭାରତର ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣବୟବ ବ୍ରୋଞ୍ ପ୍ରତିମୂର୍ତ୍ତି ମଧ୍ୟ ସେ ନିର୍ମାଣ କରିଥିଲେ।ପୁରାତନ ସାଂସଦ ଭବନରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ,ଓଡ଼ିଶା ସରକାରଙ୍କ ମିଳିତ ଆନକୂଲ୍ୟରେ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଶ୍ରାଦ୍ଧ ଦିବସ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ୟୁନିଟ – ୪ ସ୍ଥିତ ଶିଳ୍ପୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ,ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ ଦାସ,ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ,ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ,ଅଧ୍ୟାପକ ପ୍ରବୀର ମହାନ୍ତି,ରମେଶ ଚନ୍ଦ୍ର ପାତଳସିଂ,ଗିରିଜା ଶଙ୍କର ମହାପାତ୍ର,ଅମିତ୍ ପାତଳସିଂ, ଟ୍ରଷ୍ଟର ଅଧ୍ୟକ୍ଷା ରୀତା ମହାନ୍ତି ଏବଂ ଶିଳ୍ପୀଙ୍କ ସୁପୁତ୍ର ଧୀରେନ୍ଦ୍ର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପୀଙ୍କ ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *