Headlines

ନିଆରା ରାକ୍ଷୀ ପୂର୍ଣ୍ଣିମା: ୨୦୦ ଅନ୍ତେବାସିନୀ ଛାତ୍ରୀ ରାକ୍ଷୀ ତିରିଆକରି ବାନ୍ଧିଲେ ରାକ୍ଷୀ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/(ସମୀକ୍ଷା ନ୍ୟୁଜ) ୨୬୦୮୨୬:
​ରାକ୍ଷୀ ପର୍ବ ଓଡ଼ିଶା ସଂସ୍କୃତିର ଏକ ବଳିଷ୍ଠ ପର୍ବ। ଭାଇଭଉଣୀର ଅତୁଟ ସମ୍ପର୍କକୁ ପୁନଃଜୀବିତ କରିବା ପାଇଁ ଏହା ଏକ ପୂରାଣ କାଳରୁ ପ୍ରଚଳିତ ହୋଇଆସୁଥିବା ଉତ୍ସବ। ତେବେ କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଏହି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଏ।
​ବିଦ୍ୟାଳୟରେ ଥିବା ୨୦୦ରୁ ଉର୍ଦ୍ଧ୍ୱ ଅନ୍ତେବାସିନୀ ଛାତ୍ରୀ ହଷ୍ଟେଲକୁ ଆସୁଥିବା ଡାଲି, ଚାଉଳ, ଗହମ, ଟିକିଲି ଓ ରିବନ ସହାୟତାରେ ନିଜେ ରାକ୍ଷୀ ତିଆରି କରନ୍ତି। ରାକ୍ଷୀ ପୂର୍ଣ୍ଣିମାର ଏକମାସ ପୂର୍ବରୁ ଅବସର ସମୟରେ ସେମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ନିଜନିଜର ଭାଇମାନଙ୍କୁ ବିଦ୍ୟାଳୟକୁ ଡକାଇ ରାକ୍ଷୀ ପିନ୍ଧାଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି। କେବଳ ସେତିକି ନୁହେଁ, ଏହି ଦିନ କପ୍ତିପଦାରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ଅଧିକାରୀମାନଙ୍କୁ ମଧ୍ୟ ରାକ୍ଷୀ ପିନ୍ଧାଇଥାନ୍ତି। ସେମାନେ ଶ୍ରଦ୍ଧାରେ ଯେଉଁ ଅର୍ଥ ଦିଅନ୍ତି, ସେହି ପଇସାକୁ ସେମାନେ ରେଡକ୍ରସ୍‌କୁ ଦାନ କରିଦିଅନ୍ତି।


​କେବଳ ରାକ୍ଷୀ ପୂର୍ଣ୍ଣିମା ନୁହେଁ, ଅବସର ସମୟରେ ସେମାନେ ବର୍ଜ୍ୟବସ୍ତୁରୁ ବିଭିନ୍ନ ଖେଳନା, ମୂର୍ତ୍ତି, ପିପିଲି ଚାନ୍ଦୁଆ ଓ ଭଳିକି ଭଳି ଛତା ମଧ୍ୟ ତିଆରି କରନ୍ତି। ଶିକ୍ଷା ଗ୍ରହଣ ପରେ ପିଲାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଓଡ଼ିଶାରୁ ବିଲୁପ୍ତପ୍ରାୟ ସଂସ୍କୃତିକୁ ବଞ୍ଚାଇ ରଖିପାରିବେ, ସେ ନେଇ ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ଭୂଇଁଆଙ୍କ ଦିଗଦର୍ଶନ ଓ ମେଟ୍ରୋନ୍‌ ଦିଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଦୀର୍ଘଦିନରୁ ପ୍ରଚଳିତ ହୋଇଆସୁଛି। ତେବେ ଅନ୍ୟ ବିଦ୍ୟାଳୟ ତୁଳନାରେ ଏହି ବିଦ୍ୟାଳୟଟି ସ୍ୱତନ୍ତ୍ର ବୋଲି ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *