ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି

ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୭/୦୮/୨୬: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ସୁଖବର। ସୀମାନ୍ତ ଜିଲ୍ଲା ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆଗାମୀ ସେପ୍ଟେମ୍ବର ୩ ତାରିଖରୁ ଏହି ବାଣିଜ୍ୟିକ ଉଡ଼ାଣ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଏହାଦ୍ୱାରା ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି।

ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି – ସମୀକ୍ଷା

ଏହି ବିମାନ ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ବିମାନ ମାଧ୍ୟମରେ ପରିଚାଳିତ ହେବ। ଏଥିପାଇଁ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ୍ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ସାଧାରଣ ଜନତା ଏବଂ ଯାତ୍ରୀମାନେ ଘରେ ବସି ନିଜର ସିଟ୍ ବୁକ୍ କରିପାରିବେ। ଏହା ସହିତ ଯାତ୍ରୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିମାନବନ୍ଦରର ରନୱେ ଏବଂ ସୁରକ୍ଷା ବ୍ୟବସ୍ଥାର ଟ୍ରାଏଲ୍ ରନ୍ ମଧ୍ୟ ସଫଳତାର ସହ ଶେଷ ହୋଇଛି। ଏହି ଅବସରରେ
ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମାଲକାନଗିରିରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହେବା ଯାହା ଜିଲ୍ଲା ପାଇଁ ଏକ ଐତିହାସିକ ସଫଳତା। ଏହା କେବଳ ଯାତ୍ରୀମାନଙ୍କ ସମୟ ବଞ୍ଚାଇବ ନାହିଁ, ବରଂ ସ୍ଥାନୀୟ ଅଞ୍ଚଳରେ ସାମାଜିକ ସଂଯୋଗ, ପର୍ଯ୍ୟଟନର ବିକାଶ ଏବଂ ଆର୍ଥିକ ପ୍ରଗତିର ଏକ ନୂତନ ଦିଗ ଉନ୍ମୋଚନ କରିବ। ଯାତ୍ରୀମାନେ ସହଜରେ ଅନଲାଇନ୍ ମାଧ୍ୟମରେ ନିଜର ଟିକେଟ୍ ବୁକ୍ କରି ଏହି ସେବାର ଲାଭ ଉଠାଇବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଏହି ନୂତନ ବିମାନ ସେବା ଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବ୍ୟବସାୟିକ କ୍ଷେତ୍ରରେ ବ୍ୟାପକ ସୁଧାର ଆସିବ ବୋଲି ଆଶା କରାଯାଉଛି।

ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି – ସମୀକ୍ଷା
ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ କଲେ ପରିବାର