ନଦୀ ନୀତି ବିଷୟରେ “ଚିନ୍ତନ ବୈଠକ’

ସନ୍ତୋଷ କୁମାର ପ୍ରଧାନ // ପ୍ରତିନିଧି // ସମୀକ୍ଷା ନ୍ୟୁଜ
ପୁରୀ, 21/7/2024: ପିପିଲି ବ୍ଲକ କଣ୍ଟି ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ‘ଦୟା ନଦୀ ଏବଂ ଶାଖା ନଦୀ, ଚିଲିକା ପ୍ରଦ୍ୟୁଷଣ ଓ ଜବରଦଖଲ’ ତଥା ମହାନଦୀ ଜଳ ବିବାଦ, ନଦୀ ନୀତି, ନଦୀ ମିଶନ ଗଠନ ଆଦି ବିଷୟରେ ଏକ “ଚିନ୍ତନ ବୈଠକ’ ଅନୁଷ୍ଠିତ ହୋଇଯାଇଛି! ଦୟା ସୁରକ୍ଷା ମଞ୍ଚର ଆବାହକ ସଚିକାନ୍ତ ପ୍ରଧାନଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ୮ରୁ ଅଧିକ ସହଯୋଗୀ ସଂଗଠନ ଙ୍କ ସହିତ କିଛି ରାଜନୈତିକ ଦଳର ନେତୃତ୍ୱ ଯୋଗ ଦେଇଥିଲେ, NGT ର ଆବାହକ ସୁଦର୍ଶନ ଦାସ, ଓଡିଶା RTI ଆବାହକ ପ୍ରଦୀପ ପ୍ରଧାନ, ଚାଷୀନେତା ଅଶୋକ ପ୍ରଧାନ,ସ୍ତାନୀୟ ବୁଦ୍ଧିଜିବୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର ଆଦି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ, ଦୟା ନଦୀର ସୁରକ୍ଷା ଓ ମହାନଦୀ ବଞ୍ଚାଇବା ପାଇଁ ଆଗାମୀ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଥିଲା ବେଳେ ନିକଟ ଭବିଷ୍ୟତରେ ସମ୍ପୃକ୍ତ ସମସ୍ତ ତହସିଲଦାର ଙ୍କୁ ଦାବିପତ୍ର ଦେବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆବାହକ ସୁଦର୍ଶନ ଦାସ କହିଛନ୍ତି! ଏବଂ ଭୁବନେଶ୍ୱରର 18 ଗୋଟି ନାଳ ନର୍ଦ୍ଧମାର ବର୍ଜ୍ୟ ଜଳକୁ ଗଙ୍ଗୁଆ ନାଳ ଦେଇ ଦୟା ନଦୀକୁ ପ୍ରବାହିତ କରାଯାଉଥିବା ଯୋଗୁଁ ଦୟା ନଦୀ ଜଳ ବିଷ ରେ ପରିଣତ ହେଲାଣି ସେଥିପାଇଁ ଚିନ୍ତନ ବୈଠକ ଶେଷରେ ଦୟା ନଦୀ କୂଳକୁ ଯାଇ ପାଣିକୁ ଅନୁଧ୍ୟାନ ମଧ୍ୟ କରିଛନ୍ତି ଶ୍ରୀଯୁକ୍ତ ଦାସ !

Leave a Reply

Your email address will not be published. Required fields are marked *