ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା

ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା – ସମୀକ୍ଷା ଖବର

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ଭବାନୀପାଟଣା, ୨୬/୦୮ (ଅପ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ଼ ନଂ ୭ରେ ଥିବା ସେବକ ନଗର କଲୋନୀରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘଦିନ ରୁ ପଡି ରହିଛି। ଆଜି କୁ ଦେଢ଼ ମାସ ରୁ ଉର୍ଦ୍ଧ ସମୟ ହେଲାଣି କୌଣସି ପ୍ରକାର ସଫେଇ କାର୍ଯ୍ୟହେଉ ନାହିଁ! ଅଳିଆ ଆବର୍ଜନା ପଡି ରହିଛି। ନା ଛାଡୁ ମରାଯାଉଛି ନା ଡ୍ରେନ ସଫା ହେଉଛି। ନା ବ୍ଲିଚିଙ୍ଗ ପାଉଡର ମରାଯାଉଛି ନା ମସା ତେଲ ମରାଯାଉଛି।

ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା – ସମୀକ୍ଷା

 ନଳକୂଅ ଆଜି କୁ ୬ ମାସ ରୁ ଉର୍ଦ୍ଧ ହେଲାଣି ଖରାପହୋଇ ପଡି ରହିଛି। ନଳକୂଅ କୁ ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହେଉନାହିଁ!।

ଛୋଟ ଛୋଟ ଛୁଆ ମାନେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲକୁ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଏବଂ କଲେଜ କୁ ଯାତାୟାତା କରନ୍ତି।

ବର୍ଷା ହେଲେ ଡ୍ରେନର ପାଣି ରାସ୍ତା ଉପରକୁ ଆସି ପୋକମାନ ଘର ଭିତରକୁ ପଶିଯିବା ସହିତ ଦୁର୍ଗନ୍ଧ ବାସନା ଘର ଭିତରକୁ ପଶି ଯାଉଥିବାରୁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଏହି କାରଣରୁ ୱାର୍ଡ଼ବାସିଙ୍କ ଅନେକଥର ଦେହ ଅସୁସ୍ଥ ହେଉଅଛି ବାରମ୍ବାର ପୗରପାଳିକା ଜମାଦାର ଓ ସୁପରଭାଇଜରକୁ ଗୁହାରି କଲେ ମଧ୍ୟ ନ ଶୁଣିବାରୁ ପୌରପାଳିକା ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷ ମଧ୍ୟ ଏହି କଥାକୁ ଦୃଷ୍ଟି ଗୌଚର କରୁନାହାନ୍ତି। କାଳେ ହାଇଜା ହେଲେ କିମ୍ଵା ଅନ୍ୟ କୌଣସି ଗୁରୁତ୍ବର ରୋଗ ରେ ୱାର୍ଡ଼ବାସି ଆକ୍ରାନ୍ତ ହେଲେ ଏହା ପାଇଁ ଦାୟି କିଏ? । ପୗରପାଳିକା ନା ପ୍ରଶାସନ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ