ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ଭବାନୀପାଟଣା, ୨୬/୦୮ (ଅପ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ଼ ନଂ ୭ରେ ଥିବା ସେବକ ନଗର କଲୋନୀରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘଦିନ ରୁ ପଡି ରହିଛି। ଆଜି କୁ ଦେଢ଼ ମାସ ରୁ ଉର୍ଦ୍ଧ ସମୟ ହେଲାଣି କୌଣସି ପ୍ରକାର ସଫେଇ କାର୍ଯ୍ୟହେଉ ନାହିଁ! ଅଳିଆ ଆବର୍ଜନା ପଡି ରହିଛି। ନା ଛାଡୁ ମରାଯାଉଛି ନା ଡ୍ରେନ ସଫା ହେଉଛି। ନା ବ୍ଲିଚିଙ୍ଗ ପାଉଡର ମରାଯାଉଛି ନା ମସା ତେଲ ମରାଯାଉଛି।

ନଳକୂଅ ଆଜି କୁ ୬ ମାସ ରୁ ଉର୍ଦ୍ଧ ହେଲାଣି ଖରାପହୋଇ ପଡି ରହିଛି। ନଳକୂଅ କୁ ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହେଉନାହିଁ!।
ଛୋଟ ଛୋଟ ଛୁଆ ମାନେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲକୁ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଏବଂ କଲେଜ କୁ ଯାତାୟାତା କରନ୍ତି।
ବର୍ଷା ହେଲେ ଡ୍ରେନର ପାଣି ରାସ୍ତା ଉପରକୁ ଆସି ପୋକମାନ ଘର ଭିତରକୁ ପଶିଯିବା ସହିତ ଦୁର୍ଗନ୍ଧ ବାସନା ଘର ଭିତରକୁ ପଶି ଯାଉଥିବାରୁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଏହି କାରଣରୁ ୱାର୍ଡ଼ବାସିଙ୍କ ଅନେକଥର ଦେହ ଅସୁସ୍ଥ ହେଉଅଛି ବାରମ୍ବାର ପୗରପାଳିକା ଜମାଦାର ଓ ସୁପରଭାଇଜରକୁ ଗୁହାରି କଲେ ମଧ୍ୟ ନ ଶୁଣିବାରୁ ପୌରପାଳିକା ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷ ମଧ୍ୟ ଏହି କଥାକୁ ଦୃଷ୍ଟି ଗୌଚର କରୁନାହାନ୍ତି। କାଳେ ହାଇଜା ହେଲେ କିମ୍ଵା ଅନ୍ୟ କୌଣସି ଗୁରୁତ୍ବର ରୋଗ ରେ ୱାର୍ଡ଼ବାସି ଆକ୍ରାନ୍ତ ହେଲେ ଏହା ପାଇଁ ଦାୟି କିଏ? । ପୗରପାଳିକା ନା ପ୍ରଶାସନ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।



Total Users : 3685