ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ମାଲକାନଗିରି ଜିଲ୍ଲାପାଳ

ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ମାଲକାନଗିରି ଜିଲ୍ଲାପାଳ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୩୧/୦୮/୨୬
ଗିରିକାନପଲ୍ଲୀ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗଦେଇ ନିଜ ନିଜର ସମସ୍ୟା ବିଷୟରେ ପ୍ରଶାସନକୁ ଅବଗତ କରାଇଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗମ୍ଭୀରତାର ସହ ଶୁଣିବା ସହିତ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ମାଲକାନଗିରି ଜିଲ୍ଲାପାଳ – ସମୀକ୍ଷା


ଏହି ଶିବିରରେ ସମୁଦାୟ ୪୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୩୫ଟି ସାମୁଦାୟିକ ଅଭିଯୋଗ ରହିଥିଲା। ଶିବିରରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ନଳକୂପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଣ, ଗ୍ରାମୀଣ ରାସ୍ତାଘାଟର ନିର୍ମାଣ ଓ ମରାମତି, ବିଦ୍ୟୁତ ସେବାରେ ସଂସ୍କାର, ଲୋ-ଭୋଲଟେଜ୍ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ନୂତନ ରାସନ କାର୍ଡ ପ୍ରଦାନ ଏବଂ ସ୍ଥାନୀୟ ଜମିବାଡ଼ି ବିବାଦ ଭଳି ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଅଭିଯୋଗ ଆସିଥିଲା।
ଜନସାଧାରଣଙ୍କ ସମସ୍ୟାର ତୃଣମୂଳ ସ୍ତରରେ ସମାଧାନ ଶେଷରେ, ପଞ୍ଜୀକୃତ ହୋଇଥିବା ସମସ୍ତ ଅଭିଯୋଗଗୁଡ଼ିକୁ ଏକ ନିର୍ଦ୍ଦିଷ୍ତ ସମୟସୀମା ମଧ୍ୟରେ ସମାଧାନ କରି ଆକ୍ସନ ଟେକେନ୍ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ମାଲକାନଗିରି ଜିଲ୍ଲାପାଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ: ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ବୁଲିବେ ବୁଥ ସ୍ତରୀୟ ଅଧିକାରୀ